ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ : ପୁରୀ ସହରସ୍ଥିତ ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ହୋପ୍ ଇଜ୍ ଲାଇଫ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଏହି ପବିତ୍ର ଆୟୋଜନରେ 23 ଜଣ ବ୍ରାହ୍ମଣ ବାଳକଙ୍କ ବ୍ରତାଉପନୟନ ଅନୁଷ୍ଟିତ ହୋଇ ଯାଇଛି। ଆମ ସନାତନ ପରମ୍ପରାରେ ବ୍ରତୋପନୟନ ସଂସ୍କାରର ଏକ ବିଶେଷ ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି l ଏହା କେବଳ ଏକ ଧାର୍ମିକ ଆଚାର ନୁହେଁ, ବରଂ ଜ୍ଞାନ, ଶୃଙ୍ଖଳା, ସଦାଚାର ଓ ନୈତିକ ମୂଲ୍ୟବୋଧର ପଥରେ ଜୀବନର ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ l

ଏଭଳି ସାମୁହିକ କାର୍ଯ୍ୟକ୍ରମ ସମାଜରେ ସମାନତା, ସହଯୋଗ, ଭ୍ରାତୃତ୍ୱ ଏବଂ ସାମାଜିକ ସମରସତାକୁ ସୁଦୃଢ଼ କରିବା ସହିତ ଆମର ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ lଏଭଳି ମହତ୍ କାର୍ଯ୍ୟର ଆୟୋଜନ ପାଇଁ Hope Is Life Charitable Trust ର ପ୍ରାୟ 200 ରୁ ସଦସ୍ୟ ଓ ସଦସ୍ୟା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ଓ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ନବ ବ୍ରହ୍ମଚାରୀ ମାନଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ

Share the News .....

Leave a Reply

Your email address will not be published. Required fields are marked *