ପୁରୀ ଲନ୍ ବଲ୍ ଦଳର ବଲାଙ୍ଗୀର ଯାତ୍ରା

ପୁରୀ : ଗୁରୁବାର ପୁରୀ ଲନ୍ ବଲର ଖେଳାଳି ମାନେ ତୃତୀୟ ରାଜ୍ୟ ସ୍ତରୀୟ ଲନ୍ ବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ୭ ଜଣିଆ ଦଳ ପୁରୀ ଠାରୁ ବଲାଙ୍ଗିର ଅଭିମୁଖେ ଯାତ୍ରା କରୁଛନ୍ତି । ଏହି ପ୍ରତିଯୋଗିତା ବଲାଙ୍ଗୀର ଠାରେ ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ଦିନ ଧରି ଅନୁଷ୍ଠିତ ହେବ । ପୁରୀ ଜିଲ୍ଲା ଲନ୍ ବଲର ସମ୍ପାଦକ ହରେଶ କୁମାର ମିଶ୍ର , ଝଡେଶ୍ଵରି କ୍ଲବର ସମ୍ପାଦକ ପାର୍ଥ ସାରଥୀ ମହାପାତ୍ର , ଜୀତେନ୍ଦ୍ର ନାଥ ଦାସ ପ୍ରଭୁତି ଝାଡେଶ୍ୱରି କ୍ଲବ୍ ପ୍ରାଙ୍ଗଣରେ ସମସ୍ତ ଖେଳାଳି ମାନଙ୍କୁ ଶୁଭେଛା ଜଣାଇଥିଲେ । ସେମାନଙ୍କର ଯାତ୍ରା ସାଫଲ୍ୟ ମଣ୍ଡିତ ହେଉ ସେ ନେଇ ପ୍ରାର୍ଥନା ମଧ୍ୟ କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *