ପୁରୀ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ ପାଳିତ

ପୁରୀ : ପୁରୀ ଜିଲ୍ଲାସ୍ତରୀୟ ଜନଜାତି ଗୌରବ ଦିବସ ଆଜି କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନଜାତି ମାନଙ୍କର ବିକାଶ ଓ ଉନ୍ନୟନ ପାଇଁ ସରକାରଙ୍କ ଉଦ୍ୟମ ସମ୍ପର୍କରେ ଆଲୋକପାତ କରିବା ସହ ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ବିର୍ସାମୁଣ୍ଡା ଜନଜାତି ବର୍ଗର ଉନ୍ନତି ପାଇଁ ଯେଉଁ ସଂଘର୍ଷ କରିଥିଲେ ତାହାର ସୁଫଳ ଆଜି ସେହିବର୍ଗ ପାଇ ପାରୁଛନ୍ତି ବୋଲି କହିଥିଲେ।ପୁରୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିଳମାଧବ ଭୋଇ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ଭୋଇ ଛାତ୍ରଛାତ୍ରୀଙ୍କ ନିଜସ୍ଵ ପ୍ରତିଭାର ବିକାଶ ସହ ଉନ୍ନତ ଚରିତ୍ରଗଠନରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ। ଛାତ୍ର ଜୀବନ ମଣିଷ ହୋଇ ଗଢିହେବା ପାଇଁ ଶ୍ରେଷ୍ଠ ସମୟ। ଏହାକୁ ସଠିକ ଉପଯୋଗ ପାଇଁ ଶ୍ରୀ ଭୋଇ ପରାମର୍ଶ ଦେଇଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ର ଡିଆଇଓ ବିଶ୍ୱନାଥ ପଣ୍ଡା, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କୋଣାର୍କ ଏନ ଏ ସି ର ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, କୋଣାର୍କ ପର୍ଯ୍ୟଟନଅଧିକାରୀ ଅମୀୟ କୁମାର ସେଠୀ, ସହକାରୀ ମଙ୍ଗଳ ଅଧିକାରୀ ଅମିତା ମିଶ୍ର, ପ୍ରଭାତ କୁମାର ସିଂହ, ବିଭିନ୍ନ ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଯୋଗ ଦେଇ ଥିଲେ। ଏହି ଅବସରରେ ସଫଳତା ହାସଲ କରିଥିବା ଜନଜାତୀୟ ଛାତ୍ର ଛାତ୍ରୀ ଓ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ବିଭିନ୍ନ ଜନଜାତି ବର୍ଗର ଛାତ୍ର ଛାତ୍ରୀ ସେମାନଙ୍କ ବର୍ଗର ପରମ୍ପରା ସମ୍ପର୍କରେ ଉପସ୍ତାପନ କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଅତିଥି ମାନେ ପିଲା ମାନଙ୍କ ଦ୍ଵାରା ପ୍ରସ୍ତୂତ ବିଭିନ୍ନ ପ୍ରକଳ୍ପ ଓ ଜନଜାତି ମେଳାକୁ ଅତିଥି ମାନେ ପରିଦର୍ଶନ କରିବା ସହ ଜନଜାତି ଗୌରବ ବିଭିନ୍ନ ମହାପୁରୁଷଙ୍କ ଫଟୋ ପ୍ରଦର୍ଶନୀକୁ ବୁଲି ଦେଖି ଥିଲେ। ଶେଷରେ ଶିକ୍ଷକ ସତ୍ୟ ସୁନ୍ଦର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *