ପୁରୀ ସିଦ୍ଧାମହାବୀର ନିକଟ ହରିହର ନଗରରେ ହିନ୍ଦୁ ସମ୍ମିଳନୀ

ପୁରୀ : ଏକ ସମୃଦ୍ଧ ଭାରତବର୍ଷ ପାଇଁ ଏକ ରାଷ୍ଟ୍ର,ଏକ ଧର୍ମ, ଏକ ସଂସ୍କୃତି “ମହା ମନ୍ତ୍ର” ହେଉବୋଲି ପୁରୀ ହରିହର ନଗରରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀରେ ମତପ୍ରକାଶ ପାଇଛି। ଡଃ ଅଭିମନ୍ୟୁ ଭୂୟାଁଙ୍କ ଅଧ୍ୟକ୍ଷତା ଓ ଶ୍ରୀ ଧନଞ୍ଜୟ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ହିନ୍ଦୁ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାମୀ ଶୁଭାନନ୍ଦ ପୁରୀ କହିଥିଲେ ଯେ, ହଜାର ହଜାର ବର୍ଷ ତଳେ ହିନ୍ଦୁ ଧର୍ମର ସୃଷ୍ଟି, ଏହାର ପରମ୍ପରା ଓ ସଂସ୍କୃତି କାଳ କାଳ ଭାରତ ବର୍ଷକୁ ଉଦବୁଦ୍ଧ କରିଛି। “ଆମେ ହିନ୍ଦୁ : ଭାରତ ଆମର ମାତା “ଏହି ଆହ୍ୱାନ ହିଁ ବିଶ୍ୱରେ ଭାରତ ବର୍ଷକୁ ଚର୍ଚ୍ଚିତ ଓ ବିକଶିତ କରିଛି। ବିଭିନ୍ନ ଧର୍ମର ସୁରକ୍ଷ୍ୟା ସହ ହିନ୍ଦୁ ଧର୍ମର ସମୃଦ୍ଧି ଓ ବିକାଶ ହେଲେ ଆମ ଦେଶ ବିଶ୍ୱ ଗୁରୁ ହେବ।

ଏହି ହିନ୍ଦୁ ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତ ସେବା ପ୍ରମୁଖ ଶ୍ରୀ ଶାନ୍ତନୁ କୁମାର ମାଝୀ ଭାରତର ସାମଗ୍ରିକ ବିକାଶରେ ଆଦର୍ଶ ଯୌଥ ପରିବାରର ମହତ୍ତ୍ୱ, ପରିବେଶ ସୁରକ୍ଷା, ସ୍ୱ ସଂସ୍କୁତି, ସ୍ୱଭାଷା, ସ୍ୱଦେଶୀ ବସ୍ତୁର ବ୍ୟବହାର, ଜାତିଭେଦ ବିହୀନ ସମାଜ ନିର୍ମାଣ ଏବଂ ନାଗରିକ କର୍ତ୍ତବ୍ୟ ପାଳନ-ହିନ୍ଦୁ ସମାଜରେ ଏହି ପଞ୍ଚ ପରିବର୍ତ୍ତନ ହିଁ ହିନ୍ଦୁତ୍ଵ ଶକ୍ତିଶାଳୀ କରିବା ସହ ଭାରତବର୍ଷକୁ ମହନୀୟ କରିବ। ଏହି ହିନ୍ଦୁ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଦିଗମ୍ବର ମହାନ୍ତି ଓ ଅଧ୍ୟାପକ ଡଃ କୃଷ୍ଣ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ହରିହର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିନିଶହରୁ ଉର୍ଦ୍ଧ ସ୍ଥାନୀୟ ଅଧିବାସୀ, ମହିଳା ଓ ଯୁବଗୋଷ୍ଠୀ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀବତ୍ସ ଦାସ, ଜୟନ୍ତୀ ମହାପାତ୍ର ଓ ହରିହର ମନ୍ଦିର ପରିଚାଳନା ସମିତିର କାର୍ଯ୍ୟକତ୍ତାମାନେ।

Share the News .....

Leave a Reply

Your email address will not be published. Required fields are marked *