ପୁରୀ ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ ପାଳିତ

ପୁରୀ : ସମ୍ବିଧାନ ହେଉଛି ଆମ ଦେଶର ସର୍ବୋଚ୍ଚ ଆଇନ।ଯାହା ସରକାର ଓ ନାଗରିକଙ୍କ ଅଧିକାର ଏବଂ କର୍ତ୍ତବ୍ୟ ପାଇଁ ଢାଞ୍ଚା ସ୍ଥାପନ କରିଥାଏ ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। ବୁଧବାର ପୂର୍ବାହ୍ନରେ ଓସ୍ୱାନ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇ ଥିଲା। ଓସ୍ୱାନ ମୋଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ଓସ୍ୱାନ ହଲରେ ବିଡ଼ିଓ, ତହସିଲଦାର ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ଜିଲ୍ଲାପାଳ ଆମ ସମ୍ବିଧାନର ପ୍ରସ୍ତୁତି,ଗରିମା ଓ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରି ଆମ ସମ୍ବିଧାନ ବିଶ୍ୱର ସବୁଠାରୁ ଦୀର୍ଘ ଲିଖିତ ଜାତୀୟ ସମ୍ବିଧାନ ବୋଲି କହିଥିଲେ। ଆମ ସମ୍ବିଧାନ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଆମକୁ ସ୍ବୀକୃତି ଦେଇଛି।୧୯୪୯ ମସିହା ୨୬ ନଭେମ୍ବରରେ ସମ୍ବିଧାନ ଗୃହୀତ ହେବା ସହ ୧୯୫୦ ଜାନୁଆରୀ ୨୬ ରେ ଏହା କାର୍ଯ୍ୟକାରୀ ହୋଇଥିଲା ବୋଲି ସେ କହିବା ସହ ସମସ୍ତଙ୍କୁ ସମ୍ବିଧାନର ଶପଥପାଠ କରାଇଥିଲେ।
ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଡ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ଆଦ୍ୟାଶା ରଥ, ପ୍ରିୟଦର୍ଶିନୀ ମଲ୍ଲିକ,ବିବେକାନନ୍ଦ ସାହୁ, ସହଦେବ ସାହୁ, ଅନୁସ୍ରବ ଗନ୍ତାୟତ, ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ର ଡିଆଇଓ ବିଶ୍ୱନାଥ ପଣ୍ଡା,ଥିଲେ।ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ତହସିଲଦାର, ବିଡ଼ିଓ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଶପଥପାଠ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *