ଡିସେମ୍ବର ୧୩ ଏବଂ ୧୪ ତାରିଖରେ ୨୧ ତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ – ୨୦୨୫

 ପୁରୀ : ଚଳିତ ମାସ ଡିସେମ୍ବର ୧୩ ଏବଂ ୧୪ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ୨୧ ତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ – ୨୦୨୫ । ‘ଶିଶୁ ମହୋତ୍ସବ ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରିବା ନିମନ୍ତେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠାନର ସଭାପତି ସଦାଶିବ ମିଶ୍ର ଙ୍କ ସଭାପତିତ୍ବରେ ବଡ଼ଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶିଶୁ ମହୋତ୍ସବ ଟ୍ରଷ୍ଟ ର ମୁଖ୍ୟ ମାର୍ଗ ଦର୍ଶକ ତଥା ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସମ୍ପାଦକ ଶଙ୍ଖମିତ୍ର ସିଂହାରୀ, ଆବାହକ ସୁଧାଂଶୁ ରଥ, କୋଷାଧ୍ୟକ୍ଷ ପ୍ରଶାନ୍ତ ପଟ୍ଟନାୟକ, ଗଣମାଧ୍ୟମ ସଂଯୋଜକ ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥିଲେ I ଅନୁଷ୍ଠାନର ମନୋଜ ମହାପାତ୍ର ,ସ୍ନିଗ୍ଧା ଭଟ୍ଟାଚାର୍ଯ୍ୟ,ଅମର ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ,ଜିତେନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ କିଭଳି ସୁଚାରୁରୂପେ ସମ୍ପାଦନା କରାଯିବ ତାହା ଉପରେ ଆଲୋଚନା କରିଥିଲେ । ପ୍ରକାଶ ଥାଉକି,ଉକ୍ତ ମହୋତ୍ସବରେ ସମଗ୍ର ରାଜ୍ୟରୁ ପ୍ରାୟ ୩୫୦ ଶିଶୁ କଳାକାର ସଙ୍ଗୀତ, ନୃତ୍ୟ ଓ ବାଦ୍ୟ ବିଭାଗରେ ଯୋଗଦାନ କରି ନିଜର ପ୍ରତିଭାକୁ ପ୍ରଦର୍ଶନ କରିବେ । ଏହି ଅବସରରେ ଗୁରୁ ଏବଂ ଶିଶୁ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି I ଏହି ଦ୍ୱି ଦିବସୀୟ କାର୍ଯ୍ୟକ୍ରମ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବା ସହିତ ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗ ଦେବେ ବୋଲି ଅନୁଷ୍ଠାନର ସଭାପତି ସୂଚନା ପ୍ରଦାନ କରିଛନ୍ତି ।

Share the News .....

Leave a Reply

Your email address will not be published. Required fields are marked *