ରଥଖଳାରେ ଲାଗିଲେ ରୁକୁଣା ରଥ

ଭୁବନେଶ୍ୱର : ରଥ ଏବଂ ପଥ ଉପରେ, ନିଜସ୍ୱ ଆଧିପତ୍ୟ ଜାହିର ସହିତ, ଦୀର୍ଘପଥ ଅତିକ୍ରମ କରି, ରଥଖଳାରେ, ପହଁଚିଲେ, ମହାପ୍ରଭୁ ଶ୍ରୀଲିଙ୍ଗରାଜ. ରୁକୁଣା ରଥ ଉପରେ, ବିଜେ ସ୍ୱୟଂ ମହାପ୍ରଭୁ ଙ୍କ ସହିତ, ମହାପ୍ରଭୁ ଶ୍ରୀଦୋଳଗୋବିନ୍ଦ, ଭଗିନୀ ମା’ ରୁକ୍ମିଣୀ ଦେବୀ ଏବଂ ରଥରେ ବିରାଜମାନ ସମସ୍ତ ଦେବାଦେବୀ ଭୁବନେଶ୍ୱରସ୍ଥିତ, ରାମେଶ୍ୱର ମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ତଥା ଘଣ୍ଟକାହାଳୀର ଧ୍ୱନି ମଧ୍ୟରେ, ରୁକୁଣା ରଥକୁ, ଶ୍ରଦ୍ଧାଳୁ, ସନ୍ଧ୍ୟାରେ, ଟାଣି ଆଣି, ରଥଖଳାରେ ପହଞ୍ଚାଇଥିଲେ । ଏହି ସମୟରେ, ରାଗ ଜର୍ଜରିତ ମା ‘ ପାର୍ବତୀ, ଏକ ପାଲିଙ୍କିରେ ଯାଇ ରଥ ପରିକ୍ରମା କରିଥିଲେ. ଏହାପରେ ରଥ ଉପରେ ଥିବା ମହାପ୍ରଭୁ ଏବଂ ଚାହାଣୀ ମଣ୍ଡପରେ ବିରାଜମାନ, ମା ‘ ପାର୍ବତୀ ଙ୍କ ନିକଟରେ, ଏକ ସମୟରେ, ଆଳତୀ ପ୍ରଦାନ କରାଯାଇଥିଲା । ରଥ କାଳିସୀଙ୍କ ଉତ୍ସାହପ୍ରଦ ରଥଗୀତ ସହିତ ତାଙ୍କ ନିର୍ଦ୍ଧେଶ ମାନି, ଭକ୍ତମାନେ, ଅତ୍ୟନ୍ତ ଆଗ୍ରହର ସହିତ ରଥ ଟାଣିଥିଲେ। ବାଣ ରୋଷଣୀ ର ସମାହାର ତଥା ଦେବୀପାର୍ବତୀ ଙ୍କ ସହ ମହାପ୍ରଭୁଙ୍କ ବଚନିକା ସହିତ , ସ୍ୱର୍ଣ୍ଣାଦ୍ରୀ ବିଜେ ନୀତି ସମ୍ପନ୍ନ ହେବ । ଏହାପରେ ସମସ୍ତ ଦେଵାଦେବୀ, ମନ୍ଦିରକୁ ପ୍ରବେଶ କରିବେ।
