ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସିଦ୍ଧମହାବୀରରେ ଭଜନ ସନ୍ଧ୍ୟା ।

ପୁରୀ: ଶ୍ରୀକ୍ଷେତ୍ର ପରିକ୍ରମା ଉପଲକ୍ଷେ ଅନୁଷ୍ଠିତ ହୋଇଛି ଭଜନ ସନ୍ଧ୍ୟା ।ସିଦ୍ଧ ମହାବୀର ଆଞ୍ଚଳିକ ପରିଷଦ ଆୟୋଜନ ରେ ଏହି ଭଜନ ସନ୍ଧ୍ୟାରେ ଭାବ ବିହ୍ୱଳ ହୋଇଥିଲେ 1000 ରୁ ଉର୍ଦ୍ଧ୍ବ ଦର୍ଶକ ।ହନୁମାନ ଭଜନରେ ପ୍ରକମ୍ପିତ ହୋଇଛି ସିଦ୍ଧମହାବୀର ମାଟି । ପଞ୍ଚତୀର୍ଥ ପରିକ୍ରମା ଭଜନ ସନ୍ଧ୍ୟା – 2025 ରେ ଦର୍ଶକଙ୍କୁ ମନ ମୋହିଛି ପ୍ରସିଦ୍ଧ କଣ୍ଠଶିଳ୍ପୀ ସୌରଭ ନାୟକଙ୍କ ହୃଦୟସ୍ପର୍ଶୀ ଭଜନ ।ଅନ୍ୟମାନଙ୍କ ମଧ୍ୟରେ ସତ୍ୟପ୍ରିୟ ମହାପାତ୍ର,ରାଜେନ୍ଦ୍ର ମିଶ୍ର,ଦେବସ୍ମିତା ଆଚାର୍ଯ୍ୟ, ପ୍ରଯୁକ୍ତା ପାରମିତା,ଆୟୁଷ୍ମାନ ପଣ୍ଡା,ବ୍ରଜ ମୋହନ ଜୀ, ସୌଭାଗ୍ୟ ମିଶ୍ର , ଦର୍ଶନା କର, ଭଜନ ପରିବେଷଣ କରିଥିଲେ । ଗୋଲକରେ ଦିଲୀପ ପଣ୍ଡା,ତବଲା ରେ ଆଲୋକ ପରିଡ଼ା,ପ୍ରତାପ କୁମାର ବାରିକ,ବଂଶୀରେ ଶ୍ୟାମ ପ୍ରସାଦ ରାଓ, ଅକ୍ଟୋପ୍ୟାଡ ରେ ଅଶ୍ୱିନୀ ପ୍ରଧାନ,ଅର୍ଗାନ ରେ ରାମେଶ୍ବର ମହାରଣା ପ୍ରମୁଖ ଯୋଗଦାନ କରିଥିଲେ ।ସିଦ୍ଧମହାବୀର ଆଞ୍ଚଳିକ ପରିଷଦର ଆବାହକ ଦିଲୀପ ତ୍ରିପାଠୀ ,ଅମରେନ୍ଦ୍ର ପାଇକରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଅଭିମନ୍ୟୁ ଭୂୟାଁ,ନୃସିଂହ ପ୍ରଧାନ,କିଶୋର ପାଢ଼ୀ,ବିଷ୍ଣୁ ପ୍ରସାଦ ମିଶ୍ର,ଜନ୍ମେଜୟ ମିଶ୍ର,ସ୍ଵାଧୀନ ପଣ୍ଡା ,ସୁକାନ୍ତ ପ୍ରଧାନ , ଅମରେନ୍ଦ୍ର ପାଇକରାୟ ,ବିଜୟ ପଟ୍ଟନାୟକ,ରଜତ ରାମ ଅଭିଷେକ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।ପ୍ରାୟ 1000 ରୁ ଊର୍ଦ୍ଧ୍ଵ ଦର୍ଶକ ସୁମଧୁର ଭଜନ ସଙ୍ଗୀତର ତାଳେ ତାଳେ ଝୁମିଥିଲେ ।ସିଦ୍ଧାମହାବୀର ଦେବ ଙ୍କ ମୁଖ୍ୟ ପୂଜକ ବିଭୁ ପ୍ରସାଦ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ସିଦ୍ଧମହାବୀର୍ ଦେବଙ୍କ ନିକଟରୁ ଆଜ୍ଞା ମାଳ ଆସିବା ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଆରମ୍ଭ ହୋଇଥିଲା ଭବ୍ୟ କାର୍ଯ୍ୟକ୍ରମ ।ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବରେ ରାଜେଶ ମିଶ୍ର,ଚକ୍ରଧର ମହାପାତ୍ର,ବଦ୍ରି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
