୨୬ ତମ ଗଣପତି ମହୋତ୍ସବ ଉଦଯାପିତ ଓ ପରିଚୟ ପତ୍ର ବଣ୍ଟନ

ପୁରୀ : ସହରର ପ୍ରତିଷ୍ଠିତ ଅନୁଷ୍ଠାନ ଶ୍ରୀ ଶ୍ରୀ ନିଳଗିରି ଚାର ଗଣେଶ ଗୁରୁଜ ଯାଗା ପଞ୍ଚାୟତ , ନରେନ୍ଦ୍ର କୋଣ ମାର୍କେଟ ଛକର ୨୬ ତମ ଗଣପତି ମହୋତ୍ସବ ମହା ସମାରହୋ ରେ ପାଳିତ ହୋଇଯାଇଛି। ଏଥିରେ ପୁରୀ ସଂସଦ ଡକ୍ଟର ସମ୍ବିତ୍ ପାତ୍ର ଓ ରାଜ୍ୟ ସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଯୋଗ ଦେଇ ଅନୁଷ୍ଠାନ ର କାର୍ଯକ୍ରମ ଉପରେ ଆଲୋକପାତ କରିଥିଲେ। ଏଥି ସହିତ ପରିଚାଳନା ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଓ ପୂର୍ବତନ ବିଧାୟକ ଜୟନ୍ତ୍ ଷଡ଼ଙ୍ଗୀ ଓ ବିଜେପି ମହିଳମୋର୍ଚ୍ଚା ରଞ୍ଜିତା ପାଢ଼ୀ ଯୋଗ ଦେଇ ଅନୁଷ୍ଠାନ ର ସ୍ଥାୟୀ ସଦସ୍ୟ ଙ୍କୁ ପରିଚୟ ପତ୍ର ବଣ୍ଟନ କରିଥିଲେ।ସାଂସ୍କୃତିକ କାର୍ଯୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ନିମାଇଁ ଚରଣ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ନିତ୍ୟପ୍ରସଦ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଦାମୋଦର ଦାସ, କେଶବ ପରିଜା, କ୍ଷେତ୍ରମୋହନ ସାହୁ, ରାମ ଚନ୍ଦ୍ର ପାଢ଼ୀ, ପୂର୍ଣ୍ଣ ଚନ୍ଦ୍ର ପାଣି, ଚିତ ରଂଜନ ଦାସ , ସୁଧି, କାହା ଓ ଅନ୍ୟାନ୍ୟ ସଭ୍ୟ ଓ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ। ମହମ୍ମଦ ୱାଜୀରବଲା ଓ ଭରତ ନାୟକ ଧନ୍ୟବାଦ ଦେଇଥିଲେ। ଶେଷରେ କଟକ ର ସୁନାମଧନ୍ୟ ମେଲୋଡ଼ି, ଆଧ୍ୟାତ୍ମିକ ରଚନା ଓ ଡାନ୍ସ ପରିବେଷଣ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ହରିବନ୍ଧୁ ପଣ୍ଡା ଉପଢୋକନ୍ ପ୍ରଦାନ୍ କରି ସମ୍ମାନ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *