ପୁରୀ ପ୍ରଜାପିତା ବ୍ରହ୍ମା କୁମାରୀ ଆଶ୍ରମ ରେ ରକ୍ଷା ବନ୍ଧନ ଉତ୍ସବ

ପୁରୀ : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ପୁରୀ ସେବାକେନ୍ଦ୍ର ତରଫରୁ ଚଳିତ ମାସ 27 ଓ 28 ତାରିଖ ଦୁଇ ଦିନ ବ୍ୟାପୀ ରକ୍ଷା ବନ୍ଧନ ଉତ୍ସବ ପାଳନ କରା ଯାଇଥିଲା। ଆଶ୍ରମ ପରିସର ମଧ୍ୟରେ ବିଶେଷ ରାଜଯୋଗ ଓ ଅଧ୍ୟାତ୍ମିକ ସତସଙ୍ଗ ର କାର୍ଯ୍ୟକ୍ରମ ପରେ ବ୍ରହ୍ମା କୁମାର ଭାଇ ଓ ବ୍ରହ୍ମା କୁମାରୀ ଭଉଣୀ ମାନେ 27 ତାରିଖ ଦିନ ପୂର୍ବାହ୍ନ ରେ ପୁରୀ ଜିଲ୍ଲା କାରାଗାର ମଧ୍ୟରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ। ଆଧ୍ୟାତ୍ମିକ ପ୍ରବଚନ ପରେ ପରେ କାରାଗାର ରେ ଥିବା ସମସ୍ତ ଅନ୍ତେବାସୀ ମାନଙ୍କ ସହ ସମସ୍ତ ପଦାଧିକାରୀ ମାନଙ୍କୁ ରକ୍ଷା ସୂତ୍ର ପ୍ରଦାନ କରିଥିଲେ।

ମଧ୍ୟାହ୍ନ ରେ ସଂସ୍କାର ନିଶା ନିବାରଣ କେନ୍ଦ୍ର ବାଲିଗୁଆଳି ,ଓଁକାରେଶ୍ଵର, ଉତ୍କଳ ବାଳାଶ୍ରମ, ନରେନ୍ଦ୍ର କୋଣ ତଥା ଇଶୋପନ୍ଥୀ ବାଳାଶ୍ରମ, ଲୋକନାଥ ରୋଡ ର ସମସ୍ତ ଅନ୍ତେବାସୀ ମାନଙ୍କୁ ରକ୍ଷା ସୂତ୍ର ପ୍ରଦାନ ପୂର୍ବକ ପ୍ରସାଦ ବଣ୍ଟନ କରିଥିଲେ। 28 ତାରିଖ ପୂର୍ବାହ୍ନ ରେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ମହାରାଜ ପୁରୀ ଜିଲ୍ଲା ଦୌରା ଜଜ ପୁରୀ, ଜିଲ୍ଲାପାଳ ପୁରୀ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଅଧିକାଂଶ ଜିଲ୍ଲା ପଦାଧିକାରୀ ମାନଙ୍କୁ ରକ୍ଷା ସୂତ୍ର ପ୍ରଦାନ କରାଯାଇଥିଲା। ସନ୍ଧ୍ୟା ରେ ବହୁ ଜନସାଧାରଣ ସ୍ଵତଃ ପ୍ରବୃତ୍ତ ଭାବରେ ସେବାକେନ୍ଦ୍ର ରେ ପଦାର୍ପଣ କରି ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *