ପାନ୍ଥନିବାସରେ ରଜପର୍ବ ପାଳିତ

ପୁରୀ : ପୁରୀ ପାନ୍ଥନିବାସରେ ଆଜି ପୂର୍ବାହ୍ନରେ ରଜପର୍ବ ପାଳିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଶ୍ରୀମନ୍ଦିର ନିତୀ ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି, ଉପ ପ୍ରଶାସକ ରଞ୍ଜନ କୁମାର ବେହେରା, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ପାନ୍ଥନିବାସ ପରିଚାଳକ ଚନ୍ଦ୍ର କାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାର ଗଣପର୍ବ ରଜ ସମ୍ପର୍କରେ ପର୍ଯ୍ୟଟକ ମାନଙ୍କୁ ଅବଗତ କରାଇଥିଲେ।ଏହି ଅବସରରେ ପୋଡପିଠା ସହ ଅନ୍ୟାନ୍ୟ ପିଠା ଓ ଖାଦ୍ୟ ପାନ ଇତ୍ୟାଦି ପ୍ରଦର୍ଶନ ଓ ପ୍ରଦାନ କରାଯାଇଥିଲା।ଦୋଳି ର ବ୍ୟବସ୍ଥା କରାଯାଇଥିଲା ପାହା ପିଲା ଓ ମହିଳା ମାନଙ୍କୁ ବିଶେଷ ଆକୃଷ୍ଟ କରିଥିଲା।ପାନ୍ଥନିବାସର କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ର ବ୍ୟବସ୍ଥା ହୋଇଛି ବୋଲି ପରିଚାଳକ ଶ୍ରୀ ଦାସ ସୂଚନା ଦେଇଥିଲେ।

Share the News .....

Leave a Reply

Your email address will not be published. Required fields are marked *