ରାମେଶ୍ୱର ମନ୍ଦିର ଅଭିମୁଖେ, ମହାପ୍ରଭୁଙ୍କ ଶ୍ରୀଲିଙ୍ଗରାଜଙ୍କ, ରୁକୁଣା ରଥ

ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀ ଅବସରରେ, ସେବାୟତ, ପୋଲିସ ଏବଂ ଶ୍ରଦ୍ଧାଳୁଙ୍କ ସହଯୋଗରେ,ଅପରାହ୍ନରେ, ରଥଟଣା ଆରମ୍ଭ ହୋଇଛି । ଘଣ୍ଟ,ଘଣ୍ଟା, କାହାଳୀର ଧ୍ୱନି ମଧ୍ୟରେ, ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, ଦେବୀ ରୁକ୍ମିଣୀ ଏବଂ ମହାପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କୁ ମନ୍ଦିରରୁ ପହଣ୍ଡି ଶୋଭାଯାତ୍ରାରେ, ରଥ ଉପରକୁ ନିଆଯାଇଥିଲା. ଏହାପରେ ରଥ ଉପରେ ଯଥା ରୀତିନୀତି ରେ ପୂଜାର୍ଚ୍ଚନା କରାଯିବ ପରେ, ଆଳତୀ ପ୍ରଦାନ କରାଯାଇଥିଲା. ଏହାପରେ ଅଗଣିତ ଶ୍ରଦ୍ଧ୍ଧାଳୁଙ୍କ ଗହଣ ରେ, ରଥକୁ ରାମେଶ୍ୱର ମନ୍ଦିର ଅଭିମୁଖେ, ଟଣା ଯାଇଥିଲା । ରଥ ସମ୍ମୁଖରେ, ଶ୍ରୀକ୍ଷେତ୍ର ପୁରୀ ରୁ ଆସିଥିବା ତଥା ବିଶିଷ୍ଟ ନୃତ୍ୟଗୁରୁ ଶ୍ରୀ କୃଷ୍ଣଚନ୍ଦ୍ର ଦାସ ଏବଂ ସାଥି ଓଡିଶୀ ନୂତ୍ୟାଙ୍ଗନାଙ୍କ ନୃତ୍ୟ,ଅତ୍ୟନ୍ତ ଆକର୍ଷଣୀୟ ଥିଲା. ଆଜି ରୁକୁଣା ରଥ, ରଥଦାଣ୍ଡରେ ଅଟକି ଥିଲା ବେଳେ, ଆସନ୍ତା କାଲି ପୁନର୍ବାର ଅପରାହ୍ନରେ, ରଥ ଟଣା ହେବ. ଏହା ସହିତ ସୋମବାର ଦିନ, ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ।

Share the News .....

Leave a Reply

Your email address will not be published. Required fields are marked *