ବିବାହ ଶୋଭାଯାତ୍ରାର ରାସ୍ତା ଜାମ କରି ନାଚୁଛନ୍ତି ଯୁବକ

ପୁରୀ: ମଣିକର୍ଣ୍ଣିକା ଛକରୁ ବାରବତୀ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ପୁରୀ ଲୋକନାଥ ରୋଡ୍ ବିବାହ ଶୋଭାଯାତ୍ରାର ଡିଜେ ଏବଂ ନୃତ୍ୟରେ ରାସ୍ତା ଜାମ କରି ନାଚୁଛନ୍ତି ଯୁବକ । ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଭକ୍ତ ମାନଙ୍କ ପାଇଁ ବଳିଆପଣ୍ଡା ରୁ ଶ୍ରୀମନ୍ଦିର କୁ ସଂଯୋଗ କରୁଥିବା ଲୋକନାଥ ରୋଡ଼ ପ୍ରମୁଖ ରାସ୍ତା । ଏହି ରାସ୍ତାକୁ ଏଭଳି ସମ୍ପୂର୍ଣ୍ଣ ଅବରୋଧ କରି ନାଚିବା ଦ୍ୱାରା ଅସନ୍ତୋଷ ର ବାତାବରଣ ସୃଷ୍ଟି କରିଛି । କାରଣ ରାସ୍ତା ଜାମ ଦ୍ୱାରା ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୋଭାଯାତ୍ରା ଆଗରେ ବିଭିନ୍ନ ପ୍ରକାର ର ନିଆଁ ରେ ଖେଳୁଥିବା ଦେଖିବାକୁ ମିଳିଛି । ଅତୀତରେ ନରେନ୍ଦ୍ର ପୁଷ୍କରିଣୀ ରେ ଏକ ଦୁର୍ଘଟଣା ଲୋକଙ୍କ ମନରୁ ଏ ପର୍ଯ୍ୟନ୍ତ ଲିଭିନାହିଁ ହେଲେ ଏହି ଶୋଭାଯାତ୍ରା ରେ ଖୋଲାଖୋଲି ଆଇନ ଉଲଂଘନ କରି ନିଆଁ ରେ ଖେଳିବା କେତେଦୂର ଠିକ ତାହା ଜିଲ୍ଲା ପ୍ରଶାସନ ବିଚାର କରିବା ପାଇଁ ସାଧାରଣ ରେ ମତ ପ୍ରକାଶ ପାଇଛି । ଖୁସିର ଶୋଭାଯାତ୍ରା ପାଇଁ ମନା ନାହିଁ ହେଲେ ଅନ୍ୟକୁ କଷ୍ଟ ଦେଇ କିମ୍ବା ଅସୁବିଧା ରେ ପକାଇ ଉପଭୋଗ କରିବା ଉଚିତ ନୁହେଁ ବୋଲି ମତ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ଏଭଳି ସମସ୍ୟାର ସମାଧାନ ପାଇଁ ଭକ୍ତ ଏବଂ ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି ।
