ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ଖୁବଶୀଘ୍ର ମିଳିବ ସୁଭଦ୍ରା ଟଙ୍କା । ନୂଆ ଭାବେ ଯୋଡ଼ି ହୋଇଥିବା ୧ ଲକ୍ଷ ୭୮ ହଜାର ୩୯୮ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଏହାସହ ବିଭିନ୍ନ କାରଣ ପାଇଁ କଟିଯାଇଥିବା ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ଏଥର ମିଳିବ ଟଙ୍କା । ସେହିପରି ତୃତୀୟ କିସ୍ତି ପାଇଥିଲେ କିନ୍ତୁ ପ୍ରଥମ, ଦ୍ୱିତୀୟ କିସ୍ତିରେ ତାଙ୍କ ନାମ ନଥିଲା । ସେଭଳି ୨ ଲକ୍ଷ ୫୫ ହଜାର ୨୬୫ଜଣ ହିତାଧିକାରୁଙ୍କୁ ମିଳିବ ଟଙ୍କା । ଚଳିତ ସପ୍ତାହରେ ୨୫୦ କୋଟିରୁ ଅଧିକ ଟଙ୍କା ଆକାଉଣ୍ଟକୁ ଯିବ । ନୂଆବର୍ଷ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ନୂଆବର୍ଷରେ ଏକାଥରକେ ଦୁଇଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ । ଆମେ ପୋର୍ଟାଲ ଖୋଲିଛୁ । ୨୧ ବର୍ଷ ଯାହାକୁ ହେଲା ସେମାନେ ଆପେ ଆପେ ଯୋଡ଼ି ହେଉଛନ୍ତି । ସମସ୍ତେ ସୁଭଦ୍ରା ଟଙ୍କା ପାଇବେ ସେଥିପାଇଁ ଆମ ବିଭାଗ କାମ କରୁଛି । କ୍ଷେତ୍ର ପରିଦର୍ଶନ ପରେ ସୁଭଦ୍ରା ଯୋଜନାରେ ଯୋଡ଼ି ହେଲେଣି ୧୭ ଲକ୍ଷରୁ ଉର୍ଦ୍ଧ୍ବ ମହିଳା । ବର୍ତ୍ତମାନ ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ/ଦ୍ୱିତୀୟ କିସ୍ତି ପାଇଛନ୍ତି । ସେଥି ମଧ୍ୟରୁ ୯୭ ଲକ୍ଷ ୫୧ ହଜାର ୪୭୯ ଜଣ ମହିଳା ସୁଭଦ୍ରା ଟଙ୍କା ପାଇଛନ୍ତି ।

Share the News .....

Leave a Reply

Your email address will not be published. Required fields are marked *