୨୯ ତମ ପ୍ରତିଷ୍ଠା ଦିବସରେ ବ୍ରହ୍ମଗିରି ବିଜୁ ଜନତା ଦଳର ସଙ୍କଳ୍ପ

ବ୍ରହ୍ମଗିରି ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆଜି ବ୍ରହ୍ମଗିରି ଅଲାରନାଥ ଲାଇବ୍ରେରୀ ଠାରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଯୋଗ ଦେଇ ବିଜୁ ଙ୍କ ଆଦର୍ଶ ନବୀନଙ୍କ ନେତୃତ୍ବରେ ବିଜେଡ଼ି ଆଗକୁ ବଢିବ କହିଛନ୍ତି। ପ୍ରାୟ ୩୦୦୦ ହଜାର ବିଜୁ ପ୍ରେମୀଙ୍କୁ ନେଇ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଯାଇଅଛି। ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦିପ ପ୍ରଯୋଳନ କରାଯାଇଥିଲା। ଏହା ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଏହି ବିଶାଳ ସଭାର ସଭାପତିତ୍ବ କରିଥିଲେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ୱାଇଁ । ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳର ପୂର୍ବତନ ସଭାପତି ସ୍ଵର୍ଗତ ପର୍ଶୁରାମ ସାହୁଙ୍କୁ ଶ୍ରଦ୍ଧାଞ୍ଜଳୀ ଣାଇ ସଭା ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
ଶ୍ରୀଯୁକ୍ତ ସ୍ଵାଇଁ କହିଥିଲେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଯେଉଁ ସବୁ ବିକାଶ ହୋଇଛି ସେ ସବୁ ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ସମୟରେ। ବ୍ରହ୍ମଗିରି ବ୍ଲକ ଚାଷୀ ନେତା ଭଗବାନ ନାୟକ କହିଛନ୍ତି ବ୍ରହ୍ମଗିରି ବ୍ଲକରେ ବକ୍ସି କାଣିଆ, ଦକ୍ଷିଣ କାନିଆ, ଏକ ନାଳିଆ, ଚଉଦସ ପୁଆଣ କେନାଲର ପୁନରୁଦ୍ଧାର। ବ୍ରହ୍ମଗିରି ବ୍ଲକ ମୋଟ ଠାରେ ଇଞ୍ଜିନିୟରିଂ କଲେଜ, ବାଲି ହରଚଣ୍ଡି ଭାୟା ଗୈାଡ଼ିଆଘାଇ ଦେଇ ନରସିଂହ ପାଟଣା ରାସ୍ତା, ଗୋପ ଛକ ଠାରୁ ଡେଲାଙ୍ଗ ରାସ୍ତା, ସୁନାମୁହିଁ ଠାରୁ ହାସିନିପୁର, ସାହାଜାନପୁର, ଛାଲପୁର ଗ୍ରାମକୁ ରାସ୍ତା, ମାଠୁଆରି ପକା ଠାରୁ ଚାପମାଣିକ, ବେଢ଼ା ସୁନ୍ଦର, କାଶିଝରିଆ, ମାଟି ଗାଡ଼ିଆ ରାସ୍ତା, ଫିଲ୍ମ ଛକ ଠାରୁ ନିଆଜପୁର, ସାତିକପୁର, ଦେଇ ମୋଟ ରାସ୍ତା, ବ୍ରହ୍ମଗିରି ବ୍ଲକରେ ୭୦ ଭାଗ ପକା ସଡ଼କ, ମୋଟ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଅଭିଭକ୍ତ ରାହାଡ଼ମଲ୍ଲ ପଞ୍ଚାୟତକୁ ସଂଯୋଗ କରୁଥିବା ଗୈାଡ଼ିଆଘାଇ ସେତୁ, କୁସୁପୁର ଠାରେ ବ୍ରହ୍ମଗିରି ବ୍ଲକ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଗା ଟ୍ରିଟମେଣ୍ଟ ପ୍ଲାଣ୍ଟ, ବ୍ରହ୍ମଗିରି ବ୍ଲକ ହେଉଛି ପ୍ରାକୃତିକ ବିପର୍ଯ୍ୟୟ ଜାଗା ଏଥିପାଇଁ ପ୍ରତି ପଞ୍ଚାୟତରେ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି। ସାତପଡ଼ା, ବ୍ରହ୍ମପୁର ଠାରେ ନୂତନ ଜଟି ନିର୍ମାଣ, କୃଷ୍ଣ ପ୍ରସାଦ ବ୍ଲକ ଗୋପାଳପୁର ଠାରେ ITI କଲେଜ, ମାଲୁଦ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଫାୟାର ଷ୍ଟେସନ, ରୁଷୁକୁଲ୍ୟା ନଦୀ ରୁ ପାଣି ଆଣି କୃଷ୍ଣପ୍ରସାଦ ଚିଲିକା ଅଞ୍ଚଳ ବାସିନ୍ଦାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିଛନ୍ତି। ପୁରୀ ସଦର ବ୍ଲକ ରେ ITI, ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିଛନ୍ତି। ଏହା ପରେ ପରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ପ୍ରଥମେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ତଥା ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ବିଜୁ ଜନତା ଦଳର ୨୮ ବର୍ଷ ମଧ୍ୟରେ ବିକାଶର ସେବା ଓ ସମର୍ପଣର ସଫଳ ଗାଥା ଏବଂ ସ୍ୱାଭିମାନ, ସଂଗ୍ରାମକୁ ପାଥେୟ କରି ଓଡିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ଆମ ଆଦର୍ଶର ଦଳ ବିଜୁ ଜନତା ଦଳ ଆଜି ଗର୍ବର ସହ ପାଳନ କରୁଛି ୨୯ ତମ ପ୍ରତିଷ୍ଠା ଦିବସ। ଓଡ଼ିଶା, ପ୍ରତିଟି ଓଡ଼ିଆଙ୍କ ପାଇଁ ସମର୍ପିତ ବିଜୁ ଜନତା ଦଳ। ସ୍ଵାଧୀନତା ର ୭୮ ବର୍ଷ ଅତିକ୍ରମ ରେ ନେତା ଆସିବେ ଆଉ ନେତା ଚାଲିଯିବେ। ସମୟର ପ୍ରଚ୍ଛଦ ପଟର ଭିତରେ କେହି ଚିରନ୍ତନ ନୁହଁନ୍ତି କି ଚିରସ୍ଥାୟୀ ନୁହଁନ୍ତି। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳର ଶ୍ରୀଯୁକ୍ତ ଗୋପ ପାତ୍ରଙ୍କୁ ସ୍ଵାଧୀନ ରେ ବିଧାୟକ କରିଛନ୍ତି, ସିଦ୍ଧେଶ୍ଵର ପାଣିଗ୍ରାହୀଙ୍କୁ କମ୍ୟୁନିଷ୍ଟ ରେ ବିଧାୟକ କରିଛନ୍ତି। ସ୍ଵର୍ଗତ ଗଙ୍ଗାଧର ମହାପାତ୍ର, ଅଜୟ ଜେନା ଙ୍କ ଠାରୁ ସ୍ଵର୍ଗତ ଲଲାଟେନ୍ଦୁ ମହାପାତ୍ର ଙ୍କ ପର୍ଯ୍ୟନ୍ତ। ମୁଁ ଯେବେ ଠାରୁ ବ୍ରହ୍ମଗିରି ମାଟିରେ ପାଦ ଦେଇଛି ମୁଁ ଦେଖିଛି ଏ ମାଟିର ମା ମାନେ, ମୁରବି, ଯୁବକ ମାନେ ସବୁ କଥା ସହିବେ କେବେ କାହାର ଅହଙ୍କାର ସହନ୍ତି ନାହିଁ। ଏ ମାଟି ଏକ ସଂସ୍କୃତି ସମ୍ପନ୍ନ ମାଟି ପଞ୍ଚୁପାଣ୍ଡବ ଠାରୁ ଅଲାରନାଥ, ବାଲି ହରଚଣ୍ଡି, ଅତିବଡ଼ି ଜଗନ୍ନାଥ ଦାସ ଏବଂ ମା କାଳିଜାଇ, ବାବା କମଳେଶ୍ୱର, ସିରୁଳି ମହାବିର ଙ୍କ ପର୍ଯ୍ୟନ୍ତ ଏହା ହେଉଛି ସଂସ୍କୃତିର ମହିମା ମଣ୍ଡିତ ମାଟି। ଯେତେବେଳେ କୈାଣସି ରାଜନୈତିକ ଦଳ କୈାଣସି ରାଜନୈତିକ ଚିନ୍ତାଧାରା ଯେତେବେଳେ ଆମକୁ ଏକାଠି କରି ପାରିନଥିଲା ସେତେବେଳେ ଏ ମାଟିରୁ ହେଇଥିଲେ ସାଧକ ଅତିବଡ଼ି ଜଗନ୍ନାଥ ଦାସ। ଯେତେବେଳେ ସନ୍ଧ୍ୟା ହେଲେ ପ୍ରତ୍ୟେକ ଗ୍ରାମର ଭାଗବତ ଟୁଙ୍ଗି ରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଯେତେବେଳେ ଭାଗବତ ଗାନ ହୁଏ। ଏ ମାଟି ଖାଲି ମହିମା ମଣ୍ଡିତ ହୋଇନି ସାରା ଓଡ଼ିଆ ଜାତି ସାରା ବିଶ୍ବ ମହିମା ମଣ୍ଡିତ ହୋଇଛି ସେହି ମହାନ ସାଧକ ଅତିବଡ଼ି ଜଗନ୍ନାଥ ଦାସଙ୍କ ପାଇଁ। ଏହି ଭଳି ଏକ ସଂସ୍କୃତି ସମ୍ପନ୍ନ ମାଟିରେ ଜନସାଧାରଣଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ଏ କମ୍ ବଡ଼ ତପସ୍ୟା ନୁହେଁ। ମୁଁ ଯେବେ ଠାରୁ ବ୍ରହ୍ମଗିରି ର ସାମାଜିକ ଓ ରାଜନୈତିକ ଜୀବନ ରେ ପାଦ ଦେଲି ବ୍ରହ୍ମଗିରି ରେ ମୁଁ ହାରିଛି ଏବଂ ଜିତିଛି ଏ ଲଢେ଼ଇ ସଂଗ୍ରାମ ମଧ୍ୟରେ ଆମେ ସେଦିନ ସଙ୍କଳ୍ପ କରିଥିଲୁ ବ୍ରହ୍ମଗିରି ର ବିକାଶ କି ଭଳି ଭାବରେ ଆଗକୁ ନେବୁ। ବିକାଶର ମାଟିରେ ଅଭିମନ୍ତ୍ରିତ ହେଉ ବ୍ରହ୍ମଗିରି ର ସ୍ୱର। ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁ ସ୍ଵପ୍ନ ଦେଖୁଥିଲେ ଗୋଟେ ଜାତୀର ଭବିଷ୍ୟତ। ୧୦୦ ବର୍ଷ ପରେ ମୋ ଓଡ଼ିଆ ଜାତି ଏବଂ ରାଜ୍ୟ କେଉଁଠି ଥିବ। ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ସାଢେ଼ ଚାରି କୋଟି ଲୋକ ପାଞ୍ଚ ପଞ୍ଚ ଥର ଓଡ଼ିଶାର ସେବା କରିବା ପାଇଁ ସୁଜୋଗ ଦେଇଛନ୍ତି। ଏ ଡ଼ବଲ ଇଞ୍ଜିନ ବିଜେପି ସରକାର ଚାଷୀମାନ ଧାନ ମଣ୍ଡିରୁ ଉଠେଇ ପାରୁନାହାଁନ୍ତି, ୩୦୦ ୟୁନିଟ୍ ବିଜୁଳି ବିଲ୍ ଛାଡ଼ କରିବେ ବୋଲି କହିଥିଲେ, ଚାଷୀ ମାନଙ୍କୁ ଇନ୍ ପୁଟ ସବ୍ସିଡି ଦେବୁ, ବାଧ୍ୟକ୍ଷ ଭତା ୩୦୦୦ କରି ଦେବେ ବୋଲି ସ୍ଵପ୍ନ ଦେଖାଇ ଥିଲେ ତାହା ପୁରଣ କରିଲେ ନାହିଁ। ଗଲା ରବି ରୁତୁ ସମୟରେ ୩୮ ପ୍ରତିଶତ ଭ୍ୟାଲିଡ଼ ଟୋକନ ପାଇ ଧାନ ବିକ୍ରୀ କରି ପାରିଲେ ନାହିଁ। ମୁଁ ଏହି ମଞ୍ଚରୁ ନିର୍ବାଚିତ ପ୍ରତିନିଧି ସାଂସଦ, ବିଧାୟିକାଙ୍କୁ ଅନୁରୋଧ କରିବାକୁ ଚାହେଁ ଆପଣ ମାନେ ବ୍ରହ୍ମଗିରି ବାସି ଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଆମକୁ ଭୋଟ ଦିଅ ଆମ ନିର୍ବାଚିତ ହେବାର ୩ ମାସ ପରେ ଚିଲିକା ଉପରେ ବିଜ୍ର କରିବୁ, ଏବେ ତୁମେ ମାନେ ନିର୍ବାଚିତ ହେବାର ୨ ବର୍ଷ ହେଲାଣି, ମୋର ଅନୁରୋଧ ଆହୁରି ୩ ବର୍ଷ ଅଛି ଯେମିତି ହେଉନା କାହିଁକି ଚିଲିକା ଉପରେ ବିଜ୍ର କରି ଦିଅନ୍ତୁ। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ଆପଣ ମାନଙ୍କୁ ଦୁଇ ଦୁଇ ଥର ଆର୍ଶୀବାଦ ଦେଇଛନ୍ତି। ବଡ଼ବଡ଼ ହୋଡ଼ିଙ୍ଗ, ପୋଷ୍ଟର ବ୍ରହ୍ମଗିରି, କୃଷ୍ଣପ୍ରସାଦ ଠାରୁ ଭୁବନେଶ୍ଵର ଭାୟା ଦିଲ୍ଲୀ ପର୍ଯ୍ୟନ୍ତ ତୁମେ ମାରିଥିଲ ବିଜ୍ର କରିବ ବୋଲି। ବ୍ରହ୍ମଗିରି ବାସିନ୍ଦାଙ୍କୁ ତୁମେ ଆଶ୍ବସ୍ତ କରିଥିଲ ଆମକୁ ଭୋଟ ଦିଅ ଡ଼ିପିଆର ପ୍ରସ୍ତୁତ ହୋଇଛି ୩ ମାସ ଭିତରେ ଚିଲିକା ଉପରେ ବିଜ୍ର ତିଆରି କରିଦେବୁ। ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଏହି ଆଦର୍ଶ ଆଞ୍ଚଳିକ ଦଳକୁ ଆଗକୁ ନେବା ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବଞ୍ଚି ଥିବା ପର୍ଯ୍ୟନ୍ତ ଆଗକୁ ନେବି ବୋଲି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଏହି ୨୯ ତମ ପ୍ରତିଷ୍ଠା ଦିବସ ରେ ଆମେ ସମସ୍ତେ ସପଥ ନେବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବିଚାରଧାରା କୁ ଆଗେଇନେବା ଶର୍ବ ଶେଷରେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନାବାଳା ବେହେରା ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ। ଏହି ସାଭାରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣୀ ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଉପାଧ୍ୟକ୍ଷ ମାଳିନୀ ଦଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ସନ୍ଦିପ ଜେନା, କୃଷ୍ଣପ୍ରସାଦ ବ୍ଳକ ବିଜୁ ଜନତା ଦଳ ସଭାପତି ପଦ୍ମ ଚରଣ ଜେନା, ପୁରୀ ସଦର ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ନିରଞ୍ଜନ ପ୍ରଧାନ, ଭାଇଲପୁର ସମିତି ସଭ୍ୟ କାର୍ତ୍ତବିଯ୍ୟ ସ୍ଵାଇଁ, ମହିଳା ନେତ୍ରୀ ମାନସି ହରିଚନ୍ଦନ, ବ୍ରହ୍ମଗିରି ସରପଞ୍ଚ ସନ୍ଧ୍ୟାରାଣୀ ଦଳେଇ, ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳର ବରିଷ୍ଠ ନେତା, ମହିଳା, ଯୁବ ଓ ଛାତ୍ରଙ୍କ ସମେତ ବହୁ ବିଜୁ କର୍ମୀ ଉପସ୍ଥିତ ଥିଲେ।
