ପୂର୍ବତନ ଏନ୍ ସି ସି ମେଜର ବସନ୍ତ କୁମାର ନରେନ୍ଦ୍ରଙ୍କ ବିୟୋଗରେ ଶୋକ ସଭା

ନିମାପଡ଼ା : ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ଇତିହାସ ବିଭାଗର ପ୍ରାଧ୍ୟାପକ ତଥା ମେଜର ବସନ୍ତ କୁମାର ନରେନ୍ଦ୍ର ଙ୍କ ବିୟୋଗରେ ଅଧ୍ୟକ୍ଷା ଶ୍ରୀମତୀ ଅମିତା ମହାନାୟକ ଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଡ ରବୀନ୍ଦ୍ର ନାଥ ପାଢ଼ୀ, ପ୍ରବୀର କୁମାର ବେହେରା, ସ୍ଵପ୍ନାରାନି ମିଶ୍ର, ବିଭୂତି ଭୂଷଣ ସାମନ୍ତ ସିଂହାର , ସୁଚରିତା ସାହୁ, ପ୍ରିୟଦର୍ଶିନୀ ସାହୁ, ସହଦେବ ପରିଡ଼ା, ଡ ଉତ୍ତମ କୁମାର ମଣ୍ଡଳ ସହିତ ଅନେକ ଛାତ୍ର ଛାତ୍ରୀ ସ୍ବର୍ଗତ ନରେନ୍ଦ୍ର ସାର୍ ଙ୍କ ସ୍ମୃତି ଚାରଣ କରିଥିଲେ । ସାର୍ ଙ୍କ 35 ବର୍ଷର ଚାକିରୀ ଜୀବନରେ ଗୋପ କଲେଜ, କସରଦା କଲେଜ, ମଙ୍ଗଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ ସମ୍ପାଦନା କରିଥିଲେ। ସେ ଜଣେ ମିଷ୍ଟଭାଷୀ, ସାହାସୀ, ବନ୍ଧୁ ବାତ୍ସଳ ସୁ ଅଧ୍ୟାପକ ଭାବେ ବେଶ୍ ପରିଚିତ ଥିଲେ।

Share the News .....

Leave a Reply

Your email address will not be published. Required fields are marked *