ସମ୍ବିଧାନ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର

ପୁରୀ : ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶ ଅନୁଯାୟୀ 26 ନଭେମ୍ବର ବୁଧବାର ଦିନ 11ଟା ସମୟରେ ପୁରୀ କଚେରୀ ପରିସରରେ ସମ୍ବିଧାନ ଦିବସ ଉପଲକ୍ଷେ ଏକ ସମ୍ବିଧାନର ଆମୁଖ ସତ୍ୟପାଠ କରାଯାଇଥିଲା । ଏହି ସତ୍ୟପାଠ କାର୍ଯ୍ୟକ୍ରମରେ ସମସ୍ତ ବିଚାର ବିଭାଗୀୟ ବିଚାରପତି ଓ କର୍ମଚାରୀମାନେ ଭାଗନେଇଥିଲେ । ଏଥିସହିତ ଦିବା 11.30 ଘଟିକା ସମୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରୀଠାରେ ସମ୍ବିଧାନ ଦିବସ ଉପଲକ୍ଷେ ଆଇନ ସେବା ପ୍ରାଧୀକରଣ ତରଫରୁ ଏକ ବାର୍ତ୍ତା ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦଘାଟନ କରି ସମ୍ବିଧାନର ଆମୁଖ ସତ୍ୟପାଠ କରାଇବାସହ ସମ୍ବିଧାନର ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ । ବାର୍ତ୍ତା ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ବିତରଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁଧୀର ଘୋଷ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରୀର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପରିଡା, Chief Legal Aid Defense Counsel, Puri, ଶିକ୍ଷକ ଶ୍ରୀ ସ୍ୱାଧୀନ କୁମାର ପ୍ରଧାନ, ଶ୍ରୀ ରତିକାନ୍ତ ସାହୁ , ଶିକ୍ଷୟତ୍ରୀ ଶ୍ରୀମତୀ ଦେବସ୍ମିତା ମହାପାତ୍ର, ଶ୍ରୀମତୀ ରାଜଶ୍ରୀ ମିଶ୍ର ଓ ମିସ୍ ଜ୍ୟୋତିସ୍ମିତା ପାତ୍ର ଯୋଗଦେଇଥିଲେ । ପରିଶେଷରେ ଆଇନ ସେବା ପ୍ରାଧୀକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପାଦେୟତା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରାଧୀକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
