ଶ୍ରୀମନ୍ଦିର ବରିଷ୍ଠ ସିଂହାରୀ ସେବକ ହରିହର କରଙ୍କ ପରଲୋକ

ପୁରୀ : ଶ୍ରୀମନ୍ଦିରର ବରିଷ୍ଠ ସିଂହାରୀ ସେବକ ତଥା ଶିକ୍ଷକ ହରିହର କରଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି| ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ ରେ ଚିକିତ୍ସାଧୀନ ଥିଲେ |ସେ ଦୀର୍ଘ ୬0 ବର୍ଷରୁ ଉର୍ଦ୍ଧ୍ୱ ଦିନ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ |ତାଙ୍କ ସମର୍ପିତ ସେବାର ଅନ୍ତ ଘଟିଛି ବୋଲି ଅନେକଙ୍କ ମତ |ତାଙ୍କ ବିୟୋଗରେ ଶ୍ରୀମନ୍ଦିର ସେବାୟତ ସମାଜ ତଥା ସିଂହାରୀ ସେବକମାନଙ୍କର ଅପୂରଣୀୟ କ୍ଷତି |ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ଯଥା ରାଜ ରାଜେଶ୍ୱର ବେଶ, ଲକ୍ଷ୍ମୀ ନାରାୟଣ ବେଶ, ରଘୁନାଥ ବେଶ, ନାଗାର୍ଜୁନ ବେଶ ଭଳି ଦୁର୍ଲ୍ଲଭ ବେଶରେ ନିଜକୁ ନିୟୋଜିତ କରିବା ସହିତ କନିଷ୍ଠଙ୍କୁ ମହାପ୍ରଭୁଙ୍କ ବେଶ ତଥା ସିଂହାର ସେବା କରିବାରେ ମାର୍ଗଦର୍ଶନ କରୁଥିଲେ| ସିଂହାରୀ ହରିହର ଜଣେ ଧର୍ମ ପରାୟଣ ବ୍ୟକ୍ତି ଭାବେ ପୁରୀ ତଥା ଓଡିଶାରେ ପରିଚିତ ଥିଲେ |ଏଥି ସହିତ ସେ ବିଭିନ୍ନ ସଂଗଠନ ଗଠନ କରିଵା ସହିତ ବିଭିନ୍ନ ସଂଗଠନ ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାରପ୍ରସାରରେ ନିଜକୁ ନିୟୋଜିତ କରିଥିଲେ| ହରିହରଙ୍କୁ ପୁରୀ ବାସେଳୀ ସାହି ସ୍ଥିତ ନିଜସ୍ୱ ବାସ ଭବନରୁ ଶୋଭାଯାତ୍ରାରେ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା | ସେଠାରେ ଏକମାତ୍ର ପୁଅ ଦୀନବନ୍ଧୁ ସିଂହାରୀ ମୁଖାଗ୍ନି ଦେଇଥିଲେ| |ଶେଷକୃତ୍ୟରେ ନିଜ ପରିବାର ସଦସ୍ୟ, ସମ୍ପର୍କୀୟଙ୍କ ସମେତ ବରିଷ୍ଠ ସିଂହାରି ସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରି, ପୁରୀ ସହରର ଅନେକ ସାଧୁ ସନ୍ଥ, ମହନ୍ତ, ବୁଦ୍ଧିଜୀବୀ, ସମାଜସେବୀ ମାନେ ସ୍ୱର୍ଗଦ୍ୱାର ପହଞ୍ଚି ରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅମର ଆତ୍ମାର ସଦଗତି କାମନା କରିଥିଲେ |

Share the News .....

Leave a Reply

Your email address will not be published. Required fields are marked *