ଜନଜାତି ସଂକୁଳ ବିକାଶ ପରିଯୋଜନା କର୍ମଶାଳାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଜନଜାତି ସଂକୁଳ ବିକାଶ ପରିଯୋଜନା କର୍ମଶାଳାକୁ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ଆୟୋଜିତ ଏହି କର୍ମଶାଳାରେ ମାନନୀୟ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ବି.ଏଲ. ସନ୍ତୋଷ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ସଂଗଠକ ଶ୍ରୀ ଭି. ସତୀଶ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, ମାନନୀୟା ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଶ୍ରୀ ସମୀର ଓରାଓଁ, ଶ୍ରୀ ଗଜାନନ ଡାଙ୍ଗେ ଓ ରାଜ୍ୟ ସରକାରଙ୍କ ଜନଜାତି ମନ୍ତ୍ରୀ, ସାଂସଦ, ବିଧାୟକଗଣ ଏବଂ ଅନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ ।
