ଟ୍ରାଙ୍ଗୁଲାର କମିଟି ବୈଠକ ଅନୁଷ୍ଠିତ

ପୁରୀ : କାର୍ଯ୍ୟାବଳୀରେ ସ୍ୱଛତା, ସରକାରୀ ଅର୍ଥର ସଠିକ ବିନିଯୋଗ, ବିନିଯୋଗ ପ୍ରମାଣ ପତ୍ର ର ଯାଞ୍ଚ ବା ତନଖି ଦ୍ଵାରା ବ୍ୟବସ୍ଥା ର ସଠିକତା ଅବଗତ କରାଯାଏ। ସେଥିପାଇଁ ବିଭିନ୍ନ ସମୟରେ ଟ୍ରାଙ୍ଗୁଲାର କମିଟି ବୈଠକ ବିଭିନ୍ନ ଜିଲ୍ଲାରେ ଆୟୋଜନ ହୋଇଥାଏ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ର ଅତିରିକ୍ତ ସଚିବ ଦେବାଶିଷ ପଟ୍ଟନାୟକ। ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ବୋର୍ଡ ଅଫ ରେଭିନ୍ୟୁ ବା ରାଜସ୍ଵ ପର୍ଷଦ ପକ୍ଷରୁ ଦୁଇ ଦିନିଆ ଟ୍ରାଙ୍ଗୁଲାର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟ ର ତତ୍ୱାବଧାନ ପାଇଁ ଶ୍ରୀ ପଟ୍ଟନାୟକଙ୍କ ସହ ରାଜସ୍ଵ ପର୍ଷଦର ଯୁଗ୍ମ ସଚିବ ବସନ୍ତ କୁମାର ସେଠୀ ନିୟୋଜିତ ରହିଛନ୍ତି। ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନିଳମାଧବ ଭୋଇ ପ୍ରମୁଖ ଯୋଗ ଦେଇ ଆପତ୍ତି ଥିବା ପାରା ଗୁଡ଼ିକର ସଠିକ କମ୍ପ୍ଲିଆନ୍ସ ପ୍ରଦାନ ସହ ଯେଉଁ ଠାରେ ସମସ୍ୟା ରହୁଛି ତାହାର ସମାଧାନ ପାଇଁ ଅଡିଟ ରେ ଆସିଥିବା ଅଧିକାରୀ ମାନଙ୍କ ସହାୟତା ଓ ପରାମର୍ଶ ନେବାକୁ ପରାମର୍ଶ ଦେଇଥିଲେ। ରାଜସ୍ଵ ପର୍ଷଦର ଅଡିଟ ସୁପରିଟେଣ୍ଡେଣ୍ଟ ସଞ୍ଜିତ କୁମାର କୁଅଁର, ଗିରିଶ ଚନ୍ଦ୍ର ସୋରେନ, ପ୍ରମୋଦ କୁମାର ସାମଲ ପ୍ରମୁଖ ଅଡିଟରେ ସହଯୋଗ କରିଥିଲେ।
ଏହି ବୈଠକରେ ଡେପୁଟି କଲେକ୍ଟର ଆଦ୍ୟାଶା ରଥ,ପ୍ରଶାନ୍ତ କୁମାର ଜେନା, ସହକାରୀ ଜିଲ୍ଲାପାଳ ତନ୍ମୟ କୁମାର ଦାସ, ରଶ୍ମିରଞ୍ଜନ ବିଶ୍ବାଳ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ।
ସମସ୍ତ ତହସିଲଦାର ଓ କର୍ମଚାରୀ ଏଥିରେ ଯୋଗ ଦେଇ କମ୍ପ୍ଲିଆନ୍ସ ରିପୋର୍ଟ ପ୍ରଦାନ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *