୪୬ ତମ କୁମାର ଉତ୍ସବ ଉଦଯାପିତ

ପୁରୀ : ଶ୍ରୀକ୍ଷେତ୍ର ଯୁବ ସଂସ୍କୃତିକ ସଂସଦ ଆନୁକୂଲ୍ୟରେ ଦୁଇଦିନ ଧରି ପୈାରସଦନ ଠାରେ ଆୟୋଜିତ ହୋଇଥିବା ୪୬ତମ କୁମାର ଉତ୍ସବ ମଙ୍ଗଳବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲା ଇଣ୍ଡିଆ ଗଟ ଅଫ ଟାଲେଣ୍ଟ ଅଂଶଗ୍ରହକାରୀ କଲିକତାର ରାଇବଂଶୀ ଗୃପ ପକ୍ଷରୁ ବାଲାନ୍ସିଂ ଆକ୍ଟ ଓ ଓଡିଆ ଏବଂ ହିନ୍ଦୀ ସିନେ ଜଗତର ନବାଗତ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଓଲିଉଡ୍ ଓ ବଲିଉଡ ନାଇଟ୍ କାର୍ଯ୍ୟକ୍ରମ। ଅନୁଷ୍ଠାନର ସଭାପତି ବୀରେନ୍ଦ୍ର ନାରାୟଣ ଗୋଛିକାରଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଦିବସରେ ଅତିଥି ଭାବେ ପୂର୍ବତ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ, ଅଭିମନ୍ୟୁ ବେହେରା,ପ୍ରମୁଖ ଯୋଗଦାନ କରିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ସଂପାଦକ ସନ୍ତୋଷ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥିମାନେ ନିଜ ନିଜ ଅଭିଭାଷଣରେ ଦୀର୍ଘ ୪୬ ବର୍ଷ ଧରି ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର କଳା ସଂସ୍କୃତି ଐତିହ୍ୟକୁ ବଜାଇ ରଖିଥିବାରୁ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେବା ସହ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ ।ପ୍ରତିବର୍ଷ ଭଳି ଅନୁଷ୍ଠାନର ଆକର୍ଷଣୀୟ ପୁରସ୍କାର ଲିଟିଲ୍ ମିସ୍ ଓ ଲିଟିଲ୍ ମାଷ୍ଟର ପୁରସ୍କାର ପ୍ରଦାନ କରାଯିବ। ଙ୍କୁ ଲିଟିଲ୍ ମିସ୍ ଲକ୍‌ସିତା ପି ଦାଶ ଓ ସଂକଳ୍ପ ପଣ୍ଡାଙ୍କୁ ଲିଟିଲ୍ ମାଷ୍ଟର ଭାବରେ ଉତ୍ତରୀୟ ସହ କ୍ରାଉନ୍ ପ୍ରଦାନ କରାଯାଇଥିଲା। ଏହାପରେ ପ୍ରଶାନ୍ତି ନୃତ୍ୟ ସଙ୍ଗୀତ ପରିଷଦ ପକ୍ଷର କଳାକାଳ ମାନଙ୍କ ପକ୍ଷରୁ ମାହାରୀ ନୃତ୍ୟ, କଲିକତାର ରାଇବଂଶୀ ଗୃପ ପକ୍ଷରୁ ବାଲାନ୍ସିଂ ଆକ୍ଟ ପରିବେଷଣ କରାଯାଇଥଲା ।

ପରିଶେଷରେ କାର୍ତ୍ତିକ କୁମାରଙ୍କ ସଂଯୋଜନାରେ ଓଡିଆ ଏବଂ ହିନ୍ଦୀ ସିନେ ଜଗତର ନବାଗତ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଓଲିଉଡ୍ ଓ ବଲିଉଡ ନାଇଟ୍ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଜିବ ଓ ମିସ୍ ଶାଶ୍ୱତି ସଂଯୋଜନା କରିଥିଲେ। ସେହିପରି ପୂର୍ବାହ୍ନରେ ଦୋଳବେଦୀକୋଣସ୍ଥିତ ସତ୍ୟନାରାୟଣ ମନ୍ଦିରଠାରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଅନୁଷ୍ଟାନର ବରିଷ୍ଠ ସଭ୍ୟ ଅରବିନ୍ଦ ଖୁଣ୍ଟିଆ, ପ୍ରଦୀପ୍ତ କୁମାର ମିଶ୍ର, ବିରେନ୍ଦ୍ର ନାରାୟଣ ଗୋଛିକାର, ବିଜୟ କୁମାର ଆପଟ୍ଟ, କୋଷାଧ୍ୟକ୍ଷ ଜିତେନ୍ଦ୍ର ଦାସମହାପାତ୍ର, ହରେକୃଷ୍ଣ ମିଶ୍ର, ଲକ୍ଷ୍ମୀନାରାୟଣ ପଣ୍ଡା, ବସୁଦେବ ଦାସ, ନାରାୟଣ ଗୋଛିକାର, ସଦାସିବ ନାୟକ, ଦୋଳଗୋବିନ୍ଦ ମହାନ୍ତି, ଅଶୋକ କୁମାର ପାତ୍ର, ଅମିତ ଚାର୍ଟାଜୀ, ଓ ସରସ୍ୱତୀ ଦାସ , ପ୍ରଶାନ୍ତ ମୁଦୁଲି , ପି ଅନିଲ ରାଓ , ରଣଜିତ୍ ସିଂ , ପୁରୁଷତ୍ତୋମ ଦାସ ମହାପାତ୍ର , ମନିଷା ମହାନ୍ତି , ରୀତିକା ମହାନ୍ତି , ଅମୀୟ କୁମାର ନାଗ , ଜଗମୋହନ ପଟ୍ଟନାୟକ , ଅଲୋକ ମହାପାତ୍ର , ଗୋପୀନଥ ସ୍ୱାଇଁ ଙ୍କ ସମେତ ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ ପ୍ରଦାନ କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *