ଶ୍ରୀ ପଦ୍ମାଳୟା ଦ୍ୱିତୀୟ ନୃତ୍ୟ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ     

ପୁରୀ: ସ୍ଥାନୀୟ ଜୟଦେବ କକ୍ଷ ଶ୍ରୀ ସଦାଶିବ ସଂସ୍କୃତ ବିଶ୍ଵଦ୍ୟାଳୟ ପୁରୀ ଠାରେ ଲିଙ୍ଗରାଜ କଳା ନିକେତନ ଦ୍ଵାରା ଆୟୋଜିତ ଶ୍ରୀ ପଦ୍ମାଳୟା ଦ୍ୱିତୀୟ ମହୋତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୁରୀର ବିଧାୟକ ଶ୍ରୀଯୁକ୍ତ ସୁନିଲ କୁମାର ମହାନ୍ତି,ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀର ,ପୂର୍ବତନ ବିଧାୟକ ଶ୍ରଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ଜିଲ୍ଲା ସଂସ୍କତି ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ବେହେରା ,ବରିଷ୍ଠ ସେବାୟତ ଶ୍ରୀଯୁକ୍ତ ଭଗବାନ ସୁଆର ,ନୃତ୍ୟାୟନ୍ ର ଉପଦେଷ୍ଟା ଗୁରୁମା ଶ୍ରୀମତୀ ଆରତୀ ରଣବୀର ,ବରିଷ୍ଠ ସେବାୟତ ତଥା ପୁରୀ ସାଂସଦଙ୍କ ର ପ୍ରତିନିଧି ଶ୍ରୀଯୁକ୍ତ ରବି ନାରାୟଣ ଦାଶ, ଅଭ୍ୟର୍ଥନା କମିଟିର ଅଧକ୍ଷ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର , ପ୍ରତିଷ୍ଠାତା ଗୁରୁ ଧବଳେଶ୍ଵର ମିଶ୍ର ,ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଲୋକନାଥ ମିଶ୍ର,ମୁଖ୍ୟ, ଉପଦେଷ୍ଟା ଶ୍ରୀଯୁକ୍ତ ଶୁକଦେବ ମହାନ୍ତି ,ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ ।ଶ୍ରୀ ଜନ୍ନାଥଙ୍କ ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଯ୍ୟୋଳନ ପରେ ସଭା କାର୍ଯ୍ୟ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଶିଷ୍ଟ ଗୁରୁ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର ଙ୍କର ମାର୍ଗଦର୍ଶନରେ ତାଙ୍କର ପଟ୍ଟଶିଷ୍ୟ ନୃତ୍ୟ ଗୁରୁ ମନୋଜ କୁମାର ପ୍ରଧାନ ଙ୍କର୍ ନୃତ୍ୟ ନିର୍ଦ୍ଦେଶନା ରେ ଦଳଗତ ଓଡ଼ିଶୀ ନୃତ୍ୟ ନାଟିକା ଗଙ୍ଗା ଅବତରଣ ପରିବେଷଣ କରାଯାଇଥିଲା ।ଯାହାର ସଙ୍ଗୀତ ରଚନା କରିଥିଲେ ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ପଟ୍ଟନାୟକ ,ସଙ୍ଗୀତ ନିର୍ଦ୍ଦେଶନା ରେ ଗୁରୁ ପ୍ରଦୀପ କୁମାର ରାୟ ଏବଂ ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ଵର ସ୍ୱାଇଁ ।ଏହି ଗଙ୍ଗା ଅବତରଣ ନୃତ୍ୟ ନାଟିକା ଟି ଦର୍ଶକଙ୍କୁ ଖୁବ୍ ମନ୍ତ୍ରମୁଗ୍ଧ କରିଥିଲା।ଏହି ନୃତ୍ୟ ନାଟୀକାରେ ଅନୁଷ୍ଠାନର ନୃତ୍ୟଶିଳ୍ପୀ ସିପ୍ରା ମିଶ୍ର ,ଭଗ୍ୟଲକ୍ଷ୍ମୀ ଜେନା ,ମମତା ଭୋଇ,ଅର୍ଚ୍ଚନା ସାହୁ , ଶୁଭସ୍ମିତା ବଳ ,ସୁପ୍ରିୟା ପଲେଇ, କାଳୁଚରଣ ବରାଳ ,ବଳରାମ ସେଠୀ , ସତ୍ୟଜିତ ପ୍ରଧାନ ଏବଂ ଗୁରୁ ମନୋଜ କୁମାର ପ୍ରଧାନ ଅଂଶ ଗ୍ରହଣ କରିଥିଲେ।ଉକ୍ତ ସମ୍ବର୍ଧନା କାର୍ଯ୍ୟ କ୍ରମରେ ଗୁରୁ ରବିନାରାୟଣ ଦାଶ,ଗୁରୁ ପ୍ରକାଶ କୁମାର ରଥ ,ଗୁରୁ ଚିରସ୍ରୋତା ଖୁଣ୍ଟିଆ ଏବଂ ଗୁରୁ ଗାୟତ୍ରୀ ରଣବୀର ଙ୍କୁ ସମ୍ବର୍ଧନା କରାଯାଇଥିଲା ।ଅନୁଷ୍ଠାନ ର ସମ୍ପାଦକ ତଥା ବିଶିଷ୍ଟ ମର୍ଦ୍ଦଳ ଗୁରୁ ଶ୍ରୀ ଜଗନ୍ନାଥ ମିଶ୍ର ଉକ୍ତ ମହୋତ୍ସବ ର ଉଦ୍ଦେଶ୍ୟ,ଆଭିମୁଖ୍ୟ ବିବରଣୀ ପଠନ କରିବା ସହ ଉଦ୍ଦଘୋଷକ ଶ୍ରୀ ବିଶ୍ଵଜିତ ବଳିୟାର ସିଂ,କୋଷାଧ୍ୟକ୍ଷ ସାରଦା ପ୍ରସନ୍ନ ମିଶ୍ର ,ଲକ୍ଷ୍ମୀପ୍ରିୟା ମିଶ୍ର ଏବଂ ସମସ୍ତ ସଭ୍ୟ , ସଭ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।                        

Share the News .....

Leave a Reply

Your email address will not be published. Required fields are marked *