ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ

ନୟାଗଡ଼ : ସମର୍ପଣ ବୃଦ୍ଧାଶ୍ରମରେ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। କ୍ଲବ ସଭାପତି ବାସୁଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମର୍ପଣର କାର୍ଯ୍ୟକାରୀ ସଭାପତି ଅରୁଣ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସମର୍ପଣର ସମ୍ପାଦକ ଶ୍ରୀଧର ସାହୁ ବରିଷ୍ଠ ନାଗରିକ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଅନ୍ତେବାସୀମାନଙ୍କୁ ଅବଗତ କରାଇଥିଲେ। ରୋଟାରୀ କ୍ଲବ ସମ୍ପାଦକ ଦିଲ୍ଲୀପ ମିଶ୍ର କହିଥିଲେ, “କେବଳ ବରିଷ୍ଠ ନାଗରିକ ଦିବସ ପାଳନ କରିବା ପାଇଁ ଆମେ ଆପଣମାନଙ୍କ ପାଖକୁ ଆସିନାହୁଁ। ଆଗାମୀ ଦିନରେ ଆପଣମାନଙ୍କର ଯେକୌଣସି ସମସ୍ୟାର ସମାଧାନ ପାଇଁ ରୋଟାରୀ କ୍ଲବ ନୟାଗଡ଼ର ସମସ୍ତ ସଦସ୍ୟଙ୍କ ସହଯୋଗର ବାର୍ତ୍ତା ନେଇ ଆସିଛୁ।”

କ୍ଲବ ସଦସ୍ୟ ଆଡଭୋକେଟ୍ ଦେବାଶିଷ ପଟ୍ଟନାୟକ ବରିଷ୍ଠ ନାଗରିକମାନଙ୍କ ଆଇନଗତ ଅଧିକାର ଓ ସେମାନଙ୍କ ପାଇଁ ଥିବା ବିଭିନ୍ନ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଉପସଭାପତି ଜି. ରଶ୍ମିରାଜ, କୋଷାଧ୍ୟକ୍ଷ ଦିପେଶ ରଞ୍ଜନ ସାହୁ, ସଦସ୍ୟ ପ୍ରଦୀପ ଆଚାର୍ଯ୍ୟ ଓ ଗୁଣନିଧି ଶତପଥୀ ଏବଂ ସମର୍ପଣର କୋଷାଧ୍ୟକ୍ଷ ରୋଟାରିଆନ ସନ୍ତୋଷ ନାୟକ ଓ ବରିଷ୍ଠ ସଦସ୍ୟ ପ୍ରଦୀପ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ରୋଟାରିଆନ ଧିରେନ୍ଦ୍ର କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *