ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ସ୍ୟାଣ୍ଡ ଆନିମେସନ

ପୁରୀ : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ନିଆରା ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ।ଏହି ସ୍ୟାଣ୍ଡ ଆନିମେସନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସୁନ୍ଦର ଚିତ୍ରକୁ ବାଲୁକା ମାଧ୍ୟମରେ ଜୀବନ୍ତ ରୂପ ଦିଆଯାଇଛି। ଏହି ଅନନ୍ୟ ସ୍ୟାଣ୍ଡ ଆନିମେସନ ପ୍ରସ୍ତୁତ କରିବା ପାଇଁ ମାନସ ସାହୁଙ୍କୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା।ପୁରୀସ୍ଥିତ ତାଙ୍କ ସ୍ୟାଣ୍ଡ ଆନିମେସନ ଷ୍ଟୁଡିଓରେ ଏହି ଆକର୍ଷଣୀୟ କଳାକୃତିଟି ପ୍ରସ୍ତୁତ କରାଯାଇଛି।ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦେଉ—ଏହି ପବିତ୍ର ଅବସରରେ ମାନସ ସାହୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

Share the News .....

Leave a Reply

Your email address will not be published. Required fields are marked *