ରେଳ ଓ ପୁଲିସ୍ ବିଭାଗର ସମନ୍ୱୟ ସଭା ଆୟୋଜିତ

ପୁରୀ : ଆସନ୍ତା ୩୧ ଡିସେମ୍ବର ଓ ନବବର୍ଷ ୨୦୨୬ ଅବସରରେ ପୁରୀ ଜିଲ୍ଲାକୁ ଆସୁଥିବା ଲକ୍ଷାଧିକ ସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା, ସୁବିଧା ଓ ସୁଚାରୁ ପରିଚାଳନା ନିମନ୍ତେ ଆଜି ସିଂହଦ୍ୱାର ଫାଣ୍ଡିଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ମିଟିଙ୍ଗ ଆୟୋଜିତ ହୋଇଯାଇଛି। ଏହି ମିଟିଙ୍ଗକୁ ପୁରୀ ଏସ୍.ପି. ଶ୍ରୀ ପ୍ରତୀକ ସିଂ ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ରେଳୱେ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆସନ୍ତା ୩୧ ଡିସେମ୍ବର ଓ ନବବର୍ଷ ୨୦୨୬ ଅବସରରେ ରେଳ ଯାତ୍ରୀ ଭିଡ଼, ଷ୍ଟେସନ୍ ପରିଚାଳନା, ଟ୍ରେନ୍ ଚଳାଚଳ, ସୁରକ୍ଷା ବ୍ୟବସ୍ଥା ଓ ଆପତ୍କାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମିଟିଂରେ ପୁରୀ ରେଳ ଷ୍ଟେସନ୍, ପୁରୀ-ସୀ ବିଚ୍ ଓ ମନ୍ଦିର ମୁଖ୍ୟ ରାସ୍ତାଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ, ଯାତ୍ରୀ ନିର୍ଦ୍ଦେଶନା, ସିସିଟିଭି ନିରୀକ୍ଷଣ, ପୁଲିସ୍-ରେଳ ସଂଯୁକ୍ତ ପେଟ୍ରୋଲିଂ ଓ ସୂଚନା ଆଦାନ-ପ୍ରଦାନ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ନେଇ ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସି, ରେଳ ଓ ପୁଲିସ୍ ବିଭାଗ ମଧ୍ୟରେ ସମନ୍ୱୟ ରଖି ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ, ସୁବିଧାଜନକ ଓ ନିରାପଦ ପରିବେଶ ପ୍ରଦାନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ପୁରୀ ପୁଲିସ୍ ପକ୍ଷରୁ ଆସନ୍ତା ନବବର୍ଷ ଅବସରରେ ସାଧାରଣ ଲୋକଙ୍କ ସହଯୋଗ ଓ ସଚେତନତା ଆଶା କରାଯାଉଛି।
