ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଡ୍ରୋନ୍ ଉଡ଼ିବା ଉପରେ କଟକଣା

ପୁରୀ : ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଫେବୃଆରୀ ୩ ଓ ୪ ତାରିଖ ପୁରୀ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ୩ ତାରିଖରେ ପହଞ୍ଚି ପୁରୀ ଲୋକ ଭବନରେ ରାତ୍ରି ଯାପନ କରିବେ ଓ ପରଦିନ ଶ୍ୱେତଗଙ୍ଗାରେ ପିଣ୍ଡଦାନ କରି,ମହାପ୍ରଭୁଙ୍କ ଦର୍ଶନ କରି ଫେରି ଯିବେ।ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରାଯାଇଛି। ଏହାସହ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ “ବ୍ଲ୍ୟୁ ବୁକ୍” ଅନୁଯାୟୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପୁରୀ ସହରର ୧୦ କିମି ପରିସୀମା ଅଞ୍ଚଳକୁ “ନୋ ଫ୍ଲାଇଙ୍ଗ ଜୋନ” ବା “ଡ୍ରୋନ ମୁକ୍ତ ଅଞ୍ଚଳ” ଘୋଷଣା କରିଛନ୍ତି। ଏସ୍. ପି ଙ୍କ ସୁରକ୍ଷା ସମ୍ପର୍କିତ ପତ୍ର ଆଧାରରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। ଭିଭିଆଇପିଙ୍କ ପାଇଁ ସୁରକ୍ଷା ନେଇ ୩ ଫେବୃଆରୀ ଦିବା ୧୨ ଘଟିକା ଠାରୁ ୪ ଫେବୃଆରୀ ଦିବା ୧୨ ଘଟିକା ଯାଏଁ ଡ୍ରୋନ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି।

Share the News .....

Leave a Reply

Your email address will not be published. Required fields are marked *