ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ବିକାଶ କାର୍ଯ୍ୟଶାଳା ଆୟୋଜିତ

ପୁରୀ : ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଭାରତୀୟ ଜ୍ଞାନ ପରମ୍ପରା କେନ୍ଦ୍ର ଓ ଦିଲ୍ଲୀସ୍ଥିତ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ଉଭୟଙ୍କ ମିଳିତ ତତ୍ତ୍ୱାବଧାନରେ ତ୍ରିବସୀୟ ଶିକ୍ଷକ କାର୍ଯ୍ୟଶାଳା ଆଜି ବିଶ୍ୱବିଦ୍ୟାଳର ପ୍ରେକ୍ଷାଗୃହରେ ଅନୁଷ୍ଠିତ ହୋଇଛି । ବେଦାନ୍ତ ସିଦ୍ଧାନ୍ତିତ ପଞ୍ଚକୋଷ ଆଧାରିତ ବ୍ୟକ୍ତିର ସମ୍ପୂର୍ଣ୍ଣ ଚରିତ୍ର ନିର୍ମାଣ ଓ ବକ୍ତିତ୍ତ୍ୱ ବିକାସ ବିଷୟ କାର୍ଯ୍ୟଶାଳାର ଉଦ୍ଘାଟନ ସତ୍ରରେ ଶିକ୍ଷା ସଂସ୍କୃତି ଉତ୍ତାନ ନ୍ୟାସର ରାଷ୍ଟ୍ରିୟ ସଚ୍ଚିବ ଡ. ଅତୁଳ କୋଠାରୀ ମୁଖ୍ୟାତିଥି ଭାବରେ ଯୋଗଦାନ କରି ଚରିତ୍ରନିର୍ମାଣରେ ପଞ୍ଚକୋଷ ପରିକଳ୍ପନାର ବାର୍ତ୍ତା ପ୍ରଦାନ କରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର କାର୍ଯ୍ୟଶାଳାର ଉଦଘାଟନ କରି କହିଲେ ଯେ, ଭାରତୀୟ ଦର୍ଶନର ଉଚ୍ଚ ଆଦର୍ଶକୁ ବିଶ୍ୱବାସୀ ଗ୍ରହଣକଲେ ବିଶ୍ୱରେ ଶାନ୍ତି, ମୈତ୍ରି ଓ ସଦ୍ଭାବନା ପ୍ରତିଷ୍ଠିତ ହେବ । ଅଦ୍ୱୈତ ବେଦାନ୍ତର ମର୍ମଜ୍ଞ ଆଚାର୍ଯ୍ୟ ପ୍ରୋଫେସର ପ୍ରଭାତ ରଞ୍ଜନ ମହାପାତ୍ର ସମ୍ମାନୀୟ ଅତିଥିରୂପେ ଯୋଗଦାନକରି ପଞ୍ଚକୋଷ ଅର୍ଥାତ୍ ଅନ୍ନମୟ, ପ୍ରାଣମୟ, ମନୋମୟ, ବିଜ୍ଞାନମୟ ଓ ଆନନ୍ଦମୟ କୋଷର ବିଶେଷଣ ପ୍ରତିପାଦନ କରିଥିଲେ । ସାରସ୍ୱତ ଅତିଥିରୂପେ ଶିକ୍ଷାସଂସ୍କୃତି ଉତ୍ଥାନ ନ୍ୟାସର ଉକ୍ରଳପ୍ରାନ୍ତ ସଂଯୋଜକ ଶ୍ରୀ ବିଶ୍ୱରଞ୍ଜନ ମିଶ୍ର ଯୋଗଦାନ କରି ସତ୍ରର ଶୋଭା ବର୍ଦ୍ଧନ କରିଥିଲେ । ଅଷ୍ଟସତ୍ରାତ୍ମକ ଦିଦିବସୀୟ କାର୍ଯ୍ୟଶାଳାରେ ବିଷୟ ବିଶେଷଜ୍ଞ ବାବରେ ଡା. ଅତୁଳ କୋଠାରୀ, ଡା. ଉନୋହର ଭଣ୍ଡାରୀ, ଶ୍ରୀ ଅଜୟ ତିବାରୀ, ଶ୍ରୀ ସୁରେଶ ଗୁପ୍ତା, ଡ. ଦିନେଶ ଦୁବେ, ଡ. ଭରତ ବ୍ୟାସ, ଡ. ମନୋହର ଭଣ୍ଡାରୀ, ପ୍ରୋଫେସର ପ୍ୟାରୀମୋହନ ପଟ୍ଟନାୟକ ଆଦି ବିଦ୍ୱାନ ଯୋଗଦାନ କରିଛନ୍ତି । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ୍ ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ଉଦଘାଟନ ସତ୍ରର ଅଧ୍ୟକ୍ଷତା କରିଥିଲେ । ଡ. ନିବେଦିତା କର ଓ ଡ. ରାଧାକାନ୍ତ ପଣ୍ଡା କାର୍ଯ୍ୟଶାଳାର ସଫଳ ସଂଯୋଜକ ଭାବେ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ କର୍ମଚାରୀଙ୍କ ସହିତ ସଂସ୍କୃତ ମହାବିଦ୍ୟାଳୟମାନଙ୍କର ଅଧ୍ୟକ୍ଷ ଗଣ ତଥା ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ

Share the News .....

Leave a Reply

Your email address will not be published. Required fields are marked *