ଖସାପଡ଼ା ନୀତି ମଧ୍ୟରେ ୧୩୯ତମ ଦିନରେ ପୁରୀବାସୀଙ୍କ ସତ୍ୟାଗ୍ରହ ପଦଯାତ୍ରା

ପୂରୀ : ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ଦାବିରେ ଚାଲିଥିବା ସଚେତନତା ସତ୍ୟାଗ୍ରହ ପଦଯାତ୍ରା ସୋମବାର ଦିନ ୧୩୯ତମ ଦିନରେ ପହଞ୍ଚିଛି। ଗତ ଏପ୍ରିଲ ୧ ଉତ୍କଳ ଦିବସରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପ୍ରତ୍ୟହ ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବେ ଏହି ପଦଯାତ୍ରା ଜାରି ରହିଛି। ଆଜି ସତ୍ୟାଗ୍ରହୀମାନେ ହାତରେ ଆଧାର କାର୍ଡ ଧରି ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଯାଇ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ତେବେ ଖସାପଡ଼ା ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ଥିବାରୁ ସେମାନେ ମହାପ୍ରଭୁଙ୍କ ଦର୍ଶନ କରିନଥିଲେ। ଶ୍ରୀମନ୍ଦିରର ନୀତିକାନ୍ତି ଓ ପରମ୍ପରାକୁ ସମ୍ମାନ ଜଣାଇ ବେଢ଼ା ପରିକ୍ରମା କରିଥିଲେ।ମଞ୍ଚର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଶ୍ରୀମନ୍ଦିରର ନୀତି, ପରମ୍ପରା ଓ ଧାର୍ମିକ ବ୍ୟବସ୍ଥା ପ୍ରତି ସତ୍ୟାଗ୍ରହୀମାନଙ୍କର ସମ୍ପୂର୍ଣ୍ଣ ସମ୍ମାନ ରହିଛି।

ଏହି ଆନ୍ଦୋଳନ କାହାରି ବିରୋଧରେ ନୁହେଁ; ପୁରୀବାସୀଙ୍କ ଦୀର୍ଘଦିନର ଦାବିକୁ ଅହିଂସା ଓ ଶାନ୍ତିର ପଥରେ ଉପସ୍ଥାପନ କରିବା ଏହାର ଲକ୍ଷ୍ୟ।ପୁରୀବାସୀଙ୍କୁ ଆଧାର କାର୍ଡ ଦେଖାଇ ପଶ୍ଚିମ ଦ୍ୱାର ଦେଇ ପ୍ରବେଶର ସୁଯୋଗ ମିଳିବା ଆଶାଜନକ ପଦକ୍ଷେପ ହୋଇଥିଲେ ମଧ୍ୟ ଏହା କେବଳ ନିର୍ଦ୍ଦିଷ୍ଟ ସମୟରେ ସୀମିତ ନରହି ସବୁଦିନ ପାଇଁ ସ୍ପଷ୍ଟ, ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ହେବା ଆବଶ୍ୟକ। ସରକାରୀ ସ୍ତରରେ ସ୍ଥାୟୀ ଘୋଷଣା ନହେବା ପର୍ଯ୍ୟନ୍ତ ସତ୍ୟାଗ୍ରହ ପଦଯାତ୍ରା ଜାରି ରହିବ। ପଶ୍ଚିମ ଦ୍ୱାର ପଟେ ସତ୍ୟାଗ୍ରହୀ ପଦଯାତ୍ରୀମାନଙ୍କୁ ଛଡ଼ାଯାଉଥିବା ବେଳେ ଅନ୍ୟ ସମୟରେ ସାଧାରଣ ପୁରୀବାସୀଙ୍କୁ ପଶ୍ଚିମ ଦ୍ୱାର ଦେଇ ଛଡ଼ାଯାଉନାହିଁ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।ଆଜିର ପଦଯାତ୍ରାରେ ହରିଶଙ୍କର ମିଶ୍ର, ବିଶ୍ଵନାଥ ମିଶ୍ର, ଚକ୍ରଧର ମହାପାତ୍ର, ଯାଦବାନନ୍ଦ ରାୟ, ଅଭିମନ୍ୟୁ ପ୍ରଧାନ, ରମେଶ ଚନ୍ଦ୍ର ମହାନ୍ତି, ସରସ୍ୱତୀ ପାତ୍ର, ଅରୁଣା ପଟ୍ଟନାୟକ, ପ୍ରଣତୀ ରାୟ, ବନିତା ଦିକ୍ଷୀତ, ରଶ୍ମିତା ଦଳେଇ, ସୁଭଦ୍ରା ସାହୁ, ଦୀପା ସାହୁ, ଇଛା ଦାସ, ଚିକି ସାହୁ, ରୁପା ବେହେରା, ମନୀଷା ପାତ୍ର, ନେହା ବେହେରା, ଶ୍ରଦ୍ଧା, ବେବି ଚୌଧୁରୀ, ଶ୍ରାବଣୀ ଦାସ, ବାବ୍ରିଲିନ ପ୍ରଧାନ, ସୋନାଲି ବେହେରା, କଣ୍ଢେଇ ସାହୁ, ମମତା ସ୍ବାଇଁ, ମନୋରଞ୍ଜନ ରଣସିଂହ, କିଶୋର ଚନ୍ଦ୍ର ଦାସ, ସନ୍ତୋଷ ସେନାପତି ଓ ସୁବାଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।ପାଦ ଚାଲିବ—ଅହିଂସାର ପଥରେ।ସଙ୍କଳ୍ପ ରହିବ—ନ୍ୟାୟର ଦାବିରେ।ଆଶା ରହିବ—ମହାପ୍ରଭୁଙ୍କ ଦର୍ଶନରେ।ଜୟ ଶ୍ରୀଜଗନ୍ନାଥ !

Share the News .....

Leave a Reply

Your email address will not be published. Required fields are marked *