ଓଡ଼ିଆ ନବବର୍ଷ ପାଳିତ

ପୁରୀ : ଚକ୍ରତୀର୍ଥ ମାର୍ଗ ସ୍ଥିତ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷଠାରେ ପଣ୍ଡିତ ବାସୁଦେବ ମହାପାତ୍ର ସ୍ମୃତି ସ୍ମାରକୀ ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ଉତ୍ସବ ପାଳିତ ହୋଇଛି l ପ୍ରାରମ୍ଭରେ ବିଜୟ କୁମାର ପଣ୍ଡା ଶ୍ରୀଜଗନ୍ନାଥ ଙ୍କ ଭଜନ ପରିବେଷଣ କରିଥିଲେ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ l ଶ୍ରୀ ଆଚାର୍ଯ୍ୟ କହିଲେ ଉତ୍ତର ପିଢି ପାଇଁ ପଣ୍ତିତ ବାସୁଦେବ ମହାପାତ୍ର ଥିଲେ ଜୀବନ ଉତ୍ତରଣର ଆଦର୍ଶ ସହ ଆଧ୍ୟାତ୍ମିକ ପଟ୍ଟଭୂମିର ମାର୍ଗ ଦର୍ଶକ l ଉତ୍କଳୀୟ ଓଡ଼ିଆ ନବବର୍ଷ ଆମ ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ଉତ୍ସବ l ଆମ ଐତିହ୍ୟ ସଂସ୍କୃତି ଓ ପରମ୍ପରା ଆମକୁ ରୁଦ୍ଧିମନ୍ତ କରିଛି l ଆମେ ସମସ୍ତେ ଏକତ୍ରିତ ହୋଇ ଆମ ଓଡ଼ିଆ ପର୍ବ ଓଡ଼ିଆ ନବବର୍ଷ ପରମ୍ପରାକୁ ଓ ସଂସ୍କୃତିକୁ ସମୃଦ୍ଧି କରିବା ପାଇଁ ସଂକଳ୍ପ ନେବାର ଆବଶ୍ୟକତା ରହିଛି l ମୁଖ୍ୟବକ୍ତା ଭାବେ ରାଜ୍ୟ ସୂଚନା ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ କହିଲେ ଓଡ଼ିଆ ନବବର୍ଷ ଓଡ଼ିଆ ଲୋକଙ୍କ ଉତ୍ସବ ବୋଲି ଭାବିବା ଉଚିତ। ଏହାକୁ ଆମ ସଂସ୍କୃତି ପରମ୍ପରା ଓ ଐତିହ୍ୟ ସହିତ ସାମିଲ କରିବା ଆମର କର୍ତ୍ତବ୍ୟ ଏବଂ ଓଡ଼ିଆ ନବବର୍ଷକୁ ମିଳିମିଶି ସ୍ୱାଗତ କରିବା l ସ୍ମୃତି ସ୍ମାରକୀ ସଭାପତି ବିନୟ ନୃସିଂହ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ବରିଷ୍ଠ ଅଧିବକ୍ତା ରଚିତା ରାଉତରା, ଶିକ୍ଷାବିତ୍ କ୍ରିଷ୍ଣା ମହାପାତ୍ର,ଶିକ୍ଷାବିତ୍ ହରିହର ମହାପାତ୍ର,ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ମଂଚାସୀନ ଥିଲେ l ଆୟୋଜିତ ଆଲୋଚନା ଚକ୍ରରେ ଅଧିବକ୍ତା ସୁଦେଷ୍ନା ପଣ୍ଡା,ତ୍ରିବିକ୍ରମ ମହାପାତ୍ର, ପ୍ରଫେସର ଶରତ ଚନ୍ଦ୍ର ସାହୁ, ସର୍ବାଣୀ ଦାସ, ବିପିନ ବିହାରୀ ଦଳେଇ, ସଂଜିତା ରଥ, କମଳିନୀ ପାଣିଗ୍ରାହୀ, ପ୍ରଭାସିନୀ ମିଶ୍ର,ଉମାକାନ୍ତ ମହାପାତ୍ର, ସୋମ୍ୟ ରଞ୍ଜନ ମଲ୍ଲିକ,ପୌର୍ଣ୍ଣମାସି ଦେବୀ, ସତ୍ୟଭାମା ନାୟକ, ପୂଜା ପ୍ରଧାନ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ଜ୍ୟୋତିର୍ବିଦ ମୀନକେତନ ପଟ୍ଟଯୋଶୀଙ୍କର ଆଧ୍ୟାତ୍ମିକ ପୁସ୍ତକ ସୁଦଶାବ୍ରତ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା l କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ରାଜକିଶୋର ମହାନ୍ତି, ଦେବଦତ୍ତ ମହାପାତ୍ର, ତପନ କୁମାର ସେଠୀ ପ୍ରମୁଖ l

Share the News .....

Leave a Reply

Your email address will not be published. Required fields are marked *