କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବେଦ ସଂଗୋଷ୍ଠୀ ଉଦଘାଟିତ

ପୁରୀ : ଅରୋଜ୍ୟୋତି ଟ୍ରଷ୍ଟ, ପୁରୀ ତଥା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର ପୁରୀ ର ମିଳିତ ଆନୁକୂଲ୍ୟରେ ବେଦ ରହସ୍ୟ ଶୀର୍ଷକ ଦ୍ଵିଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ର ଉଦ୍ଘାଟନ ସତ୍ତ୍ର ଅନୁଷ୍ଠିତ ହୋଇଅଛି। ଏହି ଉଦ୍ଘାଟନ ସତ୍ତ୍ରରେ ସଦାଶିବ ପରିସର ର ନିର୍ଦେଶକ ଜ୍ୟୋତିର୍ବିଦ୍ ପ୍ର. ପ୍ରଭାତ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅରୋଜ୍ୟୋତି ଟ୍ରଷ୍ଟ, ପୁରୀର ମୁଖ୍ୟ ଡ଼. ବିପିନାନନ୍ଦ ମିଶ୍ର ସଂଗୋଷ୍ଠୀ ର ପ୍ରସ୍ତାବନା ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ର ଆବାହକ ତଥା ମହର୍ଷି ସାନ୍ଦିପନୀ ବେଦବିଦ୍ୟା ପ୍ରତିଷ୍ଠାନ, ଉଜ୍ଜୈନ ର ପୂର୍ବ ଉପାଧ୍ୟକ୍ଷ ପ୍ର. ପ୍ରଫୁଲ୍ଲ କୁମାର ମିଶ୍ର ସଂଗୋଷ୍ଠୀ ର ଆଭିମୁଖ୍ୟ ତଥା ବୈଦିକ ସାହିତ୍ୟ ର ଉପଯୋଗିତା ବିଷୟରେ ଆଲୋକପାତ କରିଥିଲେ, ସେହିପରି ମୁଖ୍ୟବକ୍ତା ରୂପେ ଆନ୍ତଃରାଷ୍ଟ୍ରୀୟ ଶିକ୍ଷଣ ସଂସ୍ଥାନ, ପଣ୍ଡୀଚେରୀ ର ପ୍ର. ମଧୁସୂଦନ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଶ୍ରୀ ଅରବିନ୍ଦ ଙ୍କ ଦ୍ୱାରା ବିରଚିତ ପୁସ୍ତକ ଦ ସିକ୍ରେଟ ଅଫ ଦ ବେଦ ର ସାରତତ୍ତ୍ଵ ଉପସ୍ଥାପନ କରିଥିଲେ। ମୁଖ୍ୟଅତିଥି ରୂପେ ଓଡିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ, ପୁରୀ ର କୁଳପତି ପ୍ର. ଶତ୍ରୁଘ୍ନ ପାଣିଗ୍ରାହୀ ବେଦର ଅନ୍ତର୍ନିହୀତ ତତ୍ତ୍ୱ ଏବଂ ବେଦର ସାମାଜିକ ଉପଯୋଗିତା ବିଷୟରେ ଆଲୋଚନା କରିଥିଲେ। ଏହି ଦ୍ୱି-ଦିବସୀୟ ଚର୍ଚ୍ଚା ସତ୍ତ୍ରରେ ଦେଶର ବିବିଧ ପ୍ରାନ୍ତରୁ ଶତାଧିକ ଆଲୋଚକମାନେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅରୋଜ୍ୟୋତି ଟ୍ରଷ୍ଟ, ପୁରୀ ର ସକ୍ରୀୟ କାର୍ଯ୍ୟକର୍ତା ଶ୍ରୀଯୁକ୍ତ ନବକେତନ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ର ସହ-ସଂଯୋଜକ ଡ଼. ବେଣୁଧର ଦାଶ ମଂଚ ସଂଚାଳନ କରିଥିଲେ ଏବଂ କାର୍ଯ୍ୟକ୍ରମ ର ସଂଯୋଜକ ଡ଼. ପ୍ରୀୟରଞ୍ଜନ ରଥଜ୍ଞ ସଂଯୋଜନା ରେ ସଂଗୋଷ୍ଠୀ ର ଉଦ୍ଘାଟନ ସତ୍ତ୍ର ଅନୁଷ୍ଠିତ ହୋଇଥିଲା।

Share the News .....

Leave a Reply

Your email address will not be published. Required fields are marked *