ଜାତୀୟ ପତାକା ବ୍ୟବହାର ନିର୍ଦ୍ଦେଶନାମା

ପୁରୀ : ଜାତୀୟ ପତାକା ଆମ ରାଷ୍ଟ୍ରର ସମ୍ମାନ ଓ ଗୌରବ ର ପ୍ରତୀକ। ଏହାକୁ ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାତୀୟ ପତାକା ବ୍ୟବହାର ଏବଂ ସମ୍ମାନ ପ୍ରଦର୍ଶନ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜାତୀୟ ସମ୍ମାନର ଅପମାନ ନିବାରଣ ଆଇନ ୧୯୬୧ ଏବଂ ଭାରତୀୟ ଜାତୀୟ ପତାକା ସଂହିତା ୨୦୦୨(୨୦୨୧ ଏବଂ ୨୦୨୨ରେ ସଂଶୋଧନ)ରେ ଜାତୀୟ ପତାକାର ବ୍ୟବହାର, ଉତ୍ତୋଳନ, ପ୍ରଦର୍ଶନକୁ ନିୟନ୍ତ୍ରଣ କରାଯାଇଛି। ସଂଶୋଧିତ ଆଇନ ଅନୁଯାୟୀ ଗୁରୁତ୍ତ୍ୱପୂର୍ଣ୍ଣ ଜାତୀୟ ସାଂସ୍କୃତିକ ଏବଂ କ୍ରୀଡା କାର୍ଯ୍ୟକ୍ରମ ଅବସରରେ ସାଧାରଣ ଜନତା କାଗଜ ତିଆରି ଜାତୀୟ ପତାକା ଉଡାଇ ପାରିବେ।ତେବେ ଏହି କାଗଜ ତିଆରି ଜାତୀୟ ପତାକା କାର୍ଯ୍ୟକ୍ରମ ସମ୍ପାଦନ ପରେ ଫୋପାଡ଼ି ଦିଆଯିବ ନାହିଁ କିମ୍ବା ଭୂମି ରେ ଫିଙ୍ଗାଯିବ ନାହିଁ। ପତାକା ଗୁଡିକୁ ବ୍ୟବହାରକାରୀ ପତାକାର ମର୍ଯ୍ୟଦା ସହିତ ବ୍ୟକ୍ତି ଗତ ଭାବେ ନଷ୍ଟ କରିବେ। ଭାରତୀୟ ଜାତୀୟ ପତାକା ପ୍ରତି ସାର୍ବଜନୀନ ଶ୍ରଦ୍ଧା, ସମ୍ମାନ ଏବଂ ଆନୁଗତ୍ୟ ରହିଛି। ତଥାପି ଜାତୀୟ ପତାକା ପ୍ରଦର୍ଶନ ପାଇଁ ପ୍ରଯୁଜ୍ୟ ଆଇନ,ଅଭ୍ୟାସ ଏବଂ ସମ୍ମିଳନୀ ସମ୍ପର୍କରେ ସଚେତନତାର ଏକ ସ୍ପଷ୍ଟ ଅଭାବ ପ୍ରାୟତଃ ପରିଲକ୍ଷିତ ହେଉଛି। ତେଣୁ ଭାରତୀୟ ଜାତୀୟ ପତାକା ସଂହିତା ର ଯଥାର୍ଥ ଅନୁପାଳନ ନିମନ୍ତେ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରାଯାଉଛି।

Share the News .....

Leave a Reply

Your email address will not be published. Required fields are marked *