ଭାରତୀୟ ଭାଷା ଦିବସ ପାଳିତ

ପୁରୀ : ସ୍ଥାନୀୟ ସରସ୍ବତୀ ମାରୁତିନଗର ଶିଶୁବିଦ୍ୟାମନ୍ଦିର,ପୁରୀ ପରିସରରେ ଭାରତୀୟ ଭାଷା ଦିବସ (ମହାକବି ସୁବ୍ରହ୍ମଣ୍ଯମ ଜୟନ୍ତୀ) ପାଳିତ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ପ୍ରଫେସର ଡକ୍ଟର ମହେଶ୍ବର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ଯଅତିଥି ଭାବେ ବରିଷ୍ଠ ସେବାୟତ ଶ୍ରୀଯୁକ୍ତ ଶ୍ଯାମସୁନ୍ଦର ମହାପାତ୍ର ଯୋଗଦେଇ ବିଭିନ୍ନ ଭାରତୀୟ ଭାଷା,ମୋ ମାଟି, ମୋ ମାଆ,ମୋ ଭାଷା ଓଡ଼ିଆକୁ ନେଇ ସର୍ବଦା ଗର୍ବ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।ପ୍ରଧାନାଚାର୍ଯ୍ଯ ବିନୋଦ କୁମାର ସେନାପତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୫୦ ଜଣ କୃତକାର୍ଯ୍ୟ ପ୍ରତିଭାଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଆଚାର୍ଯ୍ଯା ତାରିଣୀ ପରିଡା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା ସହ ଆଚାର୍ଯ୍ଯା ସୁନିତା ଶ୍ରୀଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ।
