ସହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳିତ

ପୁରୀ : ସହୀଦ ଜୟୀ ରାଜଗୁରୁ ସାହସ, ଶୌର୍ଯ୍ୟ ଓ ଅଦମ୍ୟ ବୀରତ୍ୱର ପ୍ରତୀକ। ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି କହିଛନ୍ତି ପୁରୀର ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା। ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ବୀର ହରେକୃଷ୍ଣପୁର ଛକ ନିକଟସ୍ଥ ପ୍ରତିମୂର୍ତ୍ତି ଓ ବୀର ହରେକୃଷ୍ଣପୁର ଗ୍ରାମରେ ଥିବା ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ଶୁକ୍ରବାର ଅଁଳା ନବମୀ ତିଥିରେ ସହୀଦଙ୍କ ଜନ୍ମ ଦିବସ ଅବସରରେ ପୂର୍ବାହ୍ନରେ ମାଲ୍ୟାର୍ପଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଜୟୀ ରାଜଗୁରୁଙ୍କ ସ୍ମୃତିଚାରଣ କରି ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସଦର ଥାନା ଆଇଆଇସି ସୁନିଲ କୁମାର ପ୍ରଧାନ, ଏବିଡିଓ ମନୋଜ କୁମାର ବେହେରା, ବୀର ହରେକୃଷ୍ଣପୁର ଗ୍ରାମ କମିଟି ସଭାପତି ଭାସ୍କର ନାରାୟଣ ରଥ, ସମ୍ପାଦକ ପ୍ରକୃତି ମିଶ୍ର,ଉପ ସଭାପତି ପ୍ରକାଶ ଚନ୍ଦ୍ର ରଥ, ସଦସ୍ୟ ଅଜୟ କୁମାର ତ୍ରିପାଠୀ, ହରି ଶଙ୍କର ମିଶ୍ର, ଦେବୀ ପ୍ରସାଦ ମହାପାତ୍ର, ରାଜେଶ କୁମାର ରଥ, ରବି ନାରାୟଣ ମିଶ୍ର, ଆଶୁତୋଷ ମିଶ୍ର, ହିମାଂଶୁ ମିଶ୍ର, ସତ୍ୟଜିତ ତ୍ରିପାଠୀ, ବିଷ୍ଣୁ ପ୍ରସାଦ ମିଶ୍ର, ଶକ୍ତି ପ୍ରସାଦ ମିଶ୍ର ପ୍ରମୁଖ ଜୟନ୍ତୀ କାର୍ଯ୍ୟକ୍ରମ ରେ ଯୋଗ ଦେଇ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ କରିଥିଲେ। ପୂର୍ବରୁ ପୁରୀ ରେଲୱେ ଷ୍ଟେସନଠାରେ ଥିବା ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *