ନୂତନ ଭାରତର ଜାଗୋ ଔର ଜଗାଓ ଅଭିଯାନ

ପୁରୀ : ନୂତନ ଭାରତର “ଜାଗୋ ଔର ଜଗାଓ” ଅଭିଯାନ ମାଧ୍ୟମରେ ଗୋ ମହିମା ପ୍ରଚାର ରଥର ପବିତ୍ର ଯାତ୍ରା ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠ ପୁରୀଧାମରୁ ଶୁଭାରମ୍ଭ ହୋଇ ଗୁଣ୍ଡିଚାମନ୍ଦିର ସାମ୍ନାରେ ଏକ ଜନସଭା ମାଧ୍ୟମରେ ଗୋମାତା ହତ୍ୟା ବନ୍ଦକରିବା, ଗୋମାତାଙ୍କୁ ରାଷ୍ଟ୍ରମାତା ଘୋଷିତ କରିବା ଗୋ ସମ୍ପଦବିଭାଗ ଦ୍ଵାରା ଗୋ ସମ୍ପଦ ଉଦ୍ଧାର କରିବା ଇତ୍ୟାଦି ଦାବି ନେଇ ୭୦ କୋଟି ଦସ୍ତଖତ ସଂଗ୍ରହ କରି ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବାର ବାର୍ତ୍ତା ପ୍ରେରଣ କରିବା ଉଦ୍ଦେଶ୍ୟରେ ନୂତନ ଭାରତର ଅଧକ୍ଷ ଶ୍ରୀଯୁକ୍ତ ସୁନିଲ କୁମାର ବେହେରାଙ୍କର ମାର୍ଗଦର୍ଶନରେ “ଜାଗୋ ଔର ଜଗାଓ” ଅଭିଯାନ ଆରମ୍ଭ ହୋଇଛି । ସଂଗଠନ ସମ୍ପାଦକ ସୌମେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ହୋିଥିଲା l ଗୋ ମହିମାରଥଟି ପୂର୍ବାଞ୍ଚଳର ୧୫ ଟି ଜିଲ୍ଲା ଓ ନବରଙ୍ଗ ଜିଲ୍ଲାରୁ ଜାନୁୟାରୀ ୨୧ ତାରିଖରେ ବାହାରି ପଶ୍ଚିମାଞ୍ଚଳର ୧୫ ଟି ଜିଲା ଗସ୍ତ କରିବାପରେ ସମ୍ପୂର୍ଣ୍ଣ ଭାରତ ବର୍ଷ ରୂପାନ୍ତର ଗୋଗ୍ରାମର ଲକ୍ଷ୍ୟ ରହିଛି ।
