ସଂଜୀବ ମହାନ୍ତିଙ୍କ ମିଥ୍ୟା ଆରୋପ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ପୁରୀ : ପୁରୀଜିଲ୍ଲା ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ଭିତ୍ତିହୀନ, ମିଥ୍ୟା ଆରୋପକୁ ପୁରୀଜିଲ୍ଲା ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷକ ସଂଗଠନ ପକ୍ଷରୁ ଦୃଢ ବିରୋଧ କରାଯିବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଶିକ୍ଷକ ମାନଙ୍କ ବଦଳିକୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ତଥା ସର୍ବପରି ପୁରୀ ଶିକ୍ଷା ଜିଲ୍ଲାକୁ ବିନା ତଥ୍ୟ ଆଧାରରେ ବିଭ୍ରାନ୍ତୀକର ମିଥ୍ୟା ଆରୋପ କରାଯାଇଥିବା କେତେଜଣ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ସଂଗଠନ ତରଫରୁ ଜିଲ୍ଲାପାଳ ମହୋଦୟଙ୍କ ନିକଟରେ ଦୃଢ ପ୍ରତିବାଦ କରାଯାଇଛି l ସୂଚନା ଯୋଗ୍ୟ ଯେ ସମଗ୍ର ରାଜ୍ୟରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ବଦଳି ସରକାରଙ୍କ ନିୟମାବଳୀ ଆଧାରରେ କରାଯାଇଥିବାବେଳେ ପୁରୀଜିଲ୍ଲା ଶିକ୍ଷକମାନଙ୍କ ବଦଳି ଉକ୍ତ ନିର୍ଦେଶାବଳୀକୁ ଅନୁପାଳନ କରାଯାଇଛି l କିନ୍ତୁ ଦୁଃଖ ଓ ପରୀତାପ ର ବିଷୟକୁ ସଜାଡ଼ିବା ପାଇଁ ସଦାସର୍ବଦା ସଜାଗ ଥିବା ପୁରୀ ଶିକ୍ଷାଧିକାରୀ ଏବଂ ତାଙ୍କ କାର୍ଯ୍ୟାଳୟକୁ ପୁରୀଜିଲ୍ଲା ଆମ ଆଦମୀ ପାର୍ଟିର ସଂଜୀବ ମହାନ୍ତି ରାଜନୈତିକ ଉଦେଶ୍ୟ ରଖି ବଦନାମୀ କରାଉଛନ୍ତି l ସୂଚନାଯୋଗ୍ୟ କି ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ଜଣେ ଦକ୍ଷ, ସ୍ଵଛ ତଥା ଅଭିଜ୍ଞ ପ୍ରଶାସକ ଅଟନ୍ତି l ତାଙ୍କର ଦୁଇବର୍ଷ କାର୍ଯ୍ୟକାଳ ମଧ୍ୟରେ ପୁରୀଜିଲ୍ଲା ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ମାନ ସହ କ୍ରୀଡା, ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରାପ୍ୟ ପ୍ରଦାନ ଓ ସରକାରୀ ଯୋଜନା ର ସଫଳ ରୂପାୟନ କ୍ଷେତ୍ର ରେ ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି l ଏଣୁ ଏଭଳି ଭିତ୍ତିହୀନ କଳ୍ପକଳ୍ପିତ ତଥା ବିଭ୍ରାନ୍ତକାରୀ ଓ ତଥ୍ୟବିହୀନ ମିଥ୍ୟା ପ୍ରଚାର କରୁଥିବା ବ୍ୟକ୍ତିବିଶେଷ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରାଯିବା ସହ ଏହାକୁ ଘୋର ନିନ୍ଦା କରାଯାଉଛି l ଆଗକୁ ଦୋଷୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିରାଟ ଶିକ୍ଷକ ଆନ୍ଦୋଳନ ହେବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ପୁରୀଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିୟନ ସଭାପତି ପୁରୁଷୋତ୍ତମ ପ୍ରଧାନ, ସମ୍ପାଦକ ଶିବଦତ୍ତ ନାୟକ, ଓଏସଏସଟିଏ ଜିଲ୍ଲା ସଭାପତି ବିଜୟ କୁମାର ବରାଳ ସମ୍ପାଦକ ବିଭୁଦତ୍ତ ନାୟକ l ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ଜିଲ୍ଲାର ପ୍ରାଥମିକ ଶିକ୍ଷକ ୟୁନିୟନ ଏବଂ ମାଧ୍ୟମିକ ଶିକ୍ଷକ ସଂଗଠନ ପକ୍ଷରୁ ସମସ୍ତ କାର୍ଯ୍ୟକର୍ତା ଯୋଗଦାନ କରିଥିଲେ l

Share the News .....

Leave a Reply

Your email address will not be published. Required fields are marked *