ଶିଶୁ ଦିବସ ଅବସରରେ “ସଂପର୍କ’ ତରଫରୁ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର କର୍ମଶାଳା ଅନୁଷ୍ଠିତ

ପୁରୀ : ଶିଶୁ ଦିବସ ଅବସରରେ ବିଶ୍ବମ୍ଭର ବିଦ୍ୟାପୀଠ ଠାରେ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ସମ୍ପର୍କରେ ଏକ କର୍ମଶାଳା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଶିଶୁ ସୁରକ୍ଷା ୟୁନିଟ ଓ ସଂପର୍କ ଅନୁଷ୍ଠାନ ପକ୍ଷରୁ ବିଶ୍ବମ୍ଭର ବିଦ୍ୟାପୀଠରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ଯକ୍ଷ ଅଜିତ କୁମାର ମହାପାତ୍ର ଶିଶୁକୁ ତାହାର ଅଧୂକାରରୁ ବଞ୍ଚିତ ନ କରିବା ଓ ଶିଶୁର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ଵ।ଏହାର ବ୍ୟାପକ ସଚେତନତା ପାଇଁ ସମସ୍ତ ସ୍ତରରେ ଉଦ୍ୟମ ହେଉଛି ବୋଲି ସେ କହିଥିଲେ।

ବିଶ୍ବମ୍ଭର ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ବକ୍ତାଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ସମ୍ମାନିନିତ ଅତିଥ୍ ଭାବେ ପ୍ରାକୃନ ପ୍ରଶାସନିକ ଅଧୂକାରୀ ପଦ୍ମନାଭ ପଣ୍ଡା, ସୂଚନା ଓ ଲୋକସମ୍ପକ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଅତିଥ୍ ଛାତ୍ର ସ୍ନେହା ସାହୁ ଓ ଆଲବର୍ଟ ଯୋଗ ଦେଇ ଶିଶୁ ମାନଙ୍କର ସାମ୍ପ୍ରତିକ ସ୍ଥିତି, ସେମାନଙ୍କ ଅଧୂକାର ଓ ସୁରକ୍ଷା, ଘଚେତନତା ବ୍ୟବସ୍ଥା, ଆଇନ ବ୍ୟବସ୍ଥା ଓ ପୁରୀ ଜିଲ୍ଲାର ଶିଶୁ ମା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠୀ ଅତିଥ୍‌ ପରିଚୟ ଓ ସମ୍ପର୍କ ଅନୁଷ୍ଠାନର ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ପ୍ରାରମ୍ଭରେ ବନ୍ଦେ ମାତରମ ସଂଗୀତ ଗାନ, ନିଶା ମୁକ୍ତି ଶପଥ ପାଠ ଓ ବୃକ୍ଷ ସେବା ଅନୁଷ୍ଠିତ ହୋଇଥିଲା। ଶେଷରେ ସମ୍ପର୍କର ଅର୍ଥ ସମ୍ପାଦକ ରାକେଶ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ସଂପର୍କ ଅନୁଷ୍ଠାନ ତରଫରୁ ଏକକାଳୀନ ବିଶ୍ବମ୍ଭର ବିଦ୍ୟାପୀଠ,ପ୍ରଶାନ୍ତି ଇଣ୍ଟର ନ୍ୟାସନାଲ,ବିରହରେକୃଷ୍ନ ପୁର ନୋଡାଲ ଉଚ୍ଚ ବିଦ୍ୟାଳୟ, ତୃତୀୟାଦେବ ବିଦ୍ୟାନିକେତନ ସୁକଳ ଠାରେ ନିଟ ଫାଉଣ୍ଡେସନ ସହଯୋଗରେ ଶିଶୁ ସୁରକ୍ଷା ଏବଂ ଅଧୂକାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୧୨୪୫ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ବାସୁଦେବ ସେନାପତି,ଅଭୟ ଅମିତ ସାହୁ, ଦେବେନ୍ଦ୍ର ରଥ, ଜଗନ୍ନାଥ ଖୁଣ୍ଟିଆ,ରାକେଶ ସେଠି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *