ମାନବସେବା ଓ ସମର୍ପଣ ହିଁ ବୁଦ୍ଧ ଦର୍ଶନ

ପୁରୀ : ଜ୍ୟୋତି ହୋଟେଲ ଠାରେ ବୋଧିଚକ୍ରର ପୂର୍ଣ୍ଣିମା ଆସର ଅନୁଷ୍ଠିତ ହୋଇଯାଇଅଛି ।ସଭାପତି ଇଞ୍ଜିନିଅର ଗିରିଜା ଶଙ୍କର ପାଢ଼ୀ ଅଧ୍ୟକ୍ଷତା କରି ସେବା,ତ୍ୟାଗ ଓ ଇନ୍ଦ୍ରୀୟ ସଂଯମତାଦ୍ୱାରା ମହାନିର୍ବାଣ ପ୍ରାପ୍ତି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଉପସଭାପତି ଡ. ବଳରାମ ଦାଶ ଆର୍ଯ୍ୟ ଅଷ୍ଟlଙ୍ଗ ମାର୍ଗର ବ୍ୟାଖ୍ୟା କରି ସମାଜ ସେବା ରେ ଓ ଭଗବlନଙ୍କ ନିକଟରେ ସମର୍ପଣ ହେଲେ ମୁକ୍ତି ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ରୁପେ ପ୍ରାବନ୍ଧିକ ସତ୍ୟ ନାରାୟଣ ମିଶ୍ର ଯୋଗ ଦେଇଥିଲେ । ଆବାହକ ଉମେଶ ଚନ୍ଦ୍ର ଦାସ ବୁଦ୍ଧ ବନ୍ଦନା ଗାନ କରିଥିଲେ । ଆଲୋଚନା ଚକ୍ରରେ ଅନେକ ବକ୍ତାମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ତ୍ରିପାଠୀ, ରଂଜିତା ମହାପାତ୍ର, ଅଶୋକ କୁମାର ଆଢ୍ୟ, କୋଟେଶ୍ଵର ପାତ୍ର, ବାସୁଦେବ ସାହୁ, କରୁଣାମୟୀ ମହାପାତ୍ର, ଶଙ୍କର ପଣ୍ଡା, ନକୁଳ ଚରଣ ସ୍ୱାଇଁ, ରାଜ କିଶୋର ପାତ୍ର ଓ ପଦ୍ମିନୀ ପାତ୍ର ଅଂଶଗ୍ରହଣ କରିଥିଲେ । ଯୋଗାଚାର୍ଯ୍ୟ ରାମବଲ୍ଲଭ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ l

Share the News .....

Leave a Reply

Your email address will not be published. Required fields are marked *