ଏମ୍ ଏମ୍ ଡି ଆର ସଂଶୋଧନ ଆଇନ-୨୦୨୬ କୁ ରଦ୍ଦ କରିବା ଦାବିରେ ପଥପ୍ରାନ୍ତ ସଭା

ଭଦ୍ରକ : ଓଡିଶା ବିରୋଧୀ ଖଣି ଓ ଖଣିଜ ପଦାର୍ଥ ବିକାଶ ନିୟମ ଆଇନ- ୨୦୨୬ କୁ ରଦ୍ଦ କରିବା ଦାବିରେ ଇଣ୍ଡିଆ ମେଣ୍ଟ ର ଅନ୍ତର୍ଭୁକ୍ତ ଜାତୀୟ କଂଗ୍ରେସ, ସିପିଆଇଏମ, ସିପିଆଇ, ସିପିଆଇଏମଏଲ ଲିବରେସନ ପକ୍ଷରୁ ମିଳିତ ଭାବେ ଭଦ୍ରକ ବନ୍ତ ଛକ, ଚରଂପା ଓ ପୁରୁଣାବଜାର ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ପଥପ୍ରାନ୍ତ ସଭାରେ କଂଗ୍ରେସ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ, , ମହିଳା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ପଣ୍ଡା, ବରିଷ୍ଠ ସିପିଆଇ(ଏମ) ନେତା ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ଗିରିଧାରୀ ନାଥ, କଂଗ୍ରେସ ନେତା ପିତବାସ ଧଳ , ଯୁବ କଂଗ୍ରେସ ଜିଲ୍ଳା ସଭାପତି ବଳରାମ ରାଉତ , ଯୁବନେତା ବିଜୟ ବାରିକ୍, ଯୁବନେତା ରାଜୁପ୍ରସାଦ ରାୟ, ମହିଳା କଂଗ୍ରେସ ନେତ୍ରୀ ସେକ୍ ହାସିନା, ସିପିଆଇ(ଏମ) ନେତା କାଳନ୍ଦୀ ପାତ୍ର , ଭଦ୍ରକ ପୌରପାଳିକାର କାଉନସିଲର ଏନାମୁଲ ହକ, ଇଲିଆସ ଅଲ୍ଲୀ ଖାନ୍, ଗୁଲାମ ମଇରୁଦ୍ଦିନ,ବରିଷ୍ଠ କଂଗ୍ରେସ ନେତା ଅବଦୁଲ ମୁକିତ୍ ଖାନ୍ ପ୍ରମୁଖ ଯୋଗଦେଇ ଓଡିଶା ର ରାଜସ୍ୱ ସ୍ଥିର କରିବାର ସାମ୍ବିଧାନିକ ଅଧିକାର କୁ ମୋଦି ସରକାର ଛଡାଇ ନେବା ପାଇଁ ଯେଉଁ ପଥ ବାଛିଛନ୍ତି ତାକୁ ନିନ୍ଦା କରିବା ସହ ଏମ ଏମ୍ ଡି ଆର ସଂଶୋଧନ ଆଇନ ବାତିଲ କରିବାକୁ ଦାବି କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *