ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କାଢ଼ିବା ପକ୍ରିୟାର ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ ଏକ୍ସପୋର୍ଟ ଟିମ୍

କୋଣାର୍କ:ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନରୁ ବାଲି କଢ଼ାଯିବାନେଇ ଚାଲିଥିବା ପ୍ରକ୍ରିୟାର ସ୍ଥିତିକୁ ଅନୁଧ୍ୟାନକରିଛନ୍ତି ଏଏସଆଇ ର ଏଡିଜି ଜାନଭି ଶର୍ମା ଓ ଏକ୍ସପୋର୍ଟ ଟିମ୍ । ଏକ୍ସପୋର୍ଟ ଟିମ୍ ରେ ଆଇ.ଆଇ.ଟି ଚେନ୍ନାଇ ର ରିଜିଓନାଲ ଡାଇରେକ୍ଟର ଦିଲ୍ଲିପ ଖମାରି, ଏ ଏସ ଆଇ ପୁରୀ ସର୍କଲ ସୁପରିଟେଡେଣ୍ଟ ମିଲନ୍ ଚାଉଲେ, ଡେପୁଟି ସୁପରିଟେଡେଣ୍ଟ ତଥା ବରିଷ୍ଠ ଇଞ୍ଜିନିୟର ଚିତରଞ୍ଜନ ଦାସ, କେମେଷ୍ଟ୍ରି ସୁପରିଟେଡେଣ୍ଟ ଶିବ ଶଙ୍କର ପଣ୍ଡା, ସୂର୍ଯ୍ୟମନ୍ଦିର କୋର କମିଟି ର ସଦସ୍ୟ ଇଂ ଅଶୋକ ଦାସ,ସ୍ଥାନୀୟ ଅଧିକାରୀ ତ୍ରୈଇଲୋକ ନାଥ ବେହେରା, ଜ୍ଞାନ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।ସୂର୍ଯ୍ୟମନ୍ଦିର ଚାରିପଟେ ବୁଲି ସୂର୍ଯ୍ୟମନ୍ଦିର ର ଉତ୍ତର ଓ ପଶ୍ଚିମ କୋଣରେ ବାଲି କାଢ଼ିବା ପାଇଁ ଲାଗିଥିବା ଲିଫ୍ଟ ର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ପରେ ସୂର୍ଯ୍ୟମନ୍ଦିର ଜଗମୋହନ ର ଉପରି ଭାଗକୁ ଚଢି ପୂର୍ବରୁ ସୂର୍ଯ୍ୟମନ୍ଦିରର ପଶ୍ଚିମ ଦିଗରେ ୮୦ ଫୁଟ ଉଚ୍ଚରେ ପ୍ରଥମ ବେଢ଼ାର କାନ୍ଥ ରେ ମନ୍ଦିର ଗର୍ଭଗୃହ ମଧ୍ୟକୁ ୬ମିଟର ଚଉଡା ରେ ୯ ମିଟର ପର୍ଯ୍ୟନ୍ତ ଜିରୋ ଭାଇବେଟର ଡାଇମଣ୍ଡ କଟର ସାହାଯ୍ୟରେ ୬ଇଞ୍ଚ ଗୋଲେଇର ୮ମିଟର କୋର୍ ଡ୍ରିଲ ମାଧ୍ୟମ ରେ କରାଯାଇଥିବା ଟନେଲ ର ସ୍ଥାନକୁ ବୁଲି ଦେଖିବା ସହ ଏହାର ସ୍ଥିତିକୁ ଟିକିନିଖି ଯାଞ୍ଚ କରିଥିଲେ। ସ୍ବତନ୍ତ ଅଟୋମେଟିକ ରୋବଟିକ ଟ୍ରଲି ଗର୍ଭ ଗୃହ ରେ ପ୍ରବେଶ ପାଇଁ କରାଯାଇଥିବା ଟନେଲ ରେ ରୋବଟିକ ଟ୍ରଲି ପ୍ରବେଶ କରି ବାଲି କାଢ଼ିବା ପାଇଁ ଉକ୍ତ ଟନେଲ ରେ ସୁରକ୍ଷିତ ଟନେଲ ଜ୍ୟାକେଟ ଲଗାଯିବା ପାଇଁ ଏହାର ଟିକିନିଖି ଯାଞ୍ଚ କରିବା ସହ ଅନୁଧ୍ୟାନ କରିବା ସହ ଏଡିଜି ଅନ୍ୟ ଅଧିକାରୀ ମାନଙ୍କ ସହ ବିସ୍ତୁତ ଆଲୋଚନା କରିଥିଲେ । ବର୍ଷା କୁ ନଜର ରେ ରଖି ସାମୟିକ ଭାବେ ବାଲି କାଢ଼ିବା ପ୍ରକ୍ରିୟା ଏବେ ବନ୍ଦ ରକ୍ଷା ଯାଇଛି । ବର୍ଷାଦିନ ସରିବା ମାତ୍ରେ ଖୁବଶୀଘ୍ର ବାଲିକଢା କାର୍ଯ୍ୟ ଆରମ୍ବ କରାଯିବ ବୋଲି ଏସ ଆଇ ପୁରୀ ସର୍କଲ ସୁପରିଟେଡେଣ୍ଟ ମିଲନ୍ ଚାଉଲେ ପ୍ରକାଶ କରିଛନ୍ତି ।
