ପୁରୀ ଜିଲ୍ଲାର ୧୨୭ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ

ପୁରୀ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାର ୧୨୭ ଜଣ ଲେଖାଏଁ ତୀର୍ଥଯାତ୍ରୀ ଦୁଇଟି ପର୍ଯ୍ୟାୟରେ ବାରଣାସୀ-ଅଯୋଧ୍ୟା ଗସ୍ତରେ ଯିବେ।
ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୨ ରୁ ୭ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ଅକ୍ଟୋବର ୨୮ରୁ ନଭେମ୍ବର ୨ ପର୍ଯ୍ୟନ୍ତ।ସେମାନଙ୍କୁ ସହଯୋଗ ପାଇଁ ୪ ଜଣ ସହାୟକ ଅଧିକାରୀ ମଧ୍ୟ ସେମାନଙ୍କ ସହ ଯିବେ।ଏ ସମ୍ପର୍କରେ ରାଣ୍ଡମୋଜାଇସନ ମାଧ୍ୟମରେ ଯାତ୍ରୀ ଚୟନ କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ଅନଲାଇନ ରାଣ୍ଡମୋଜାଇସନ ଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପରିଚାଳନା କରାଯାଇଥିଲା।ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ସୂଚନା ପ୍ରଦାନ କରି ଅବଗତ କରାଇଥିଲେ ଯେ ,ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରକାଶିତ ବିଜ୍ଞାପନ ଆଧାର ରେ ଅନଲାଇନ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିଲା ଓ ୪୨୭ ଜଣ ଏକକ ଓ ୧୫୩ ଦମ୍ପତି ଆବେଦନ କରିଥିଲେ ବୋଲି ସୂଚନା ଦେଇଥିଲେ।ଏହି ଦରଖାସ୍ତ ଗୁଡିକୁ ଯାଞ୍ଚ କରାଯିବା ପରେ ସେଥିରୁ ୩୮୪ ଏକକ ଯାତ୍ରୀ,୧୪୪ ଦମ୍ପତି ଅର୍ଥାତ ୨୮୮ ଜଣ ଓ ସହଯାତ୍ରୀ ଭାବେ ୨ ଜଣ ଅର୍ଥାତ ୬୭୪ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି।ରାଣ୍ଡେମାଇଜେସନ ରେ ଯୋଗ୍ୟ ତୀର୍ଥଯାତ୍ରୀ ଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ।ସେପ୍ଟେମ୍ବର ୧ ତାରିଖରେ ତୀର୍ଥଯାତ୍ରୀ ମାନେ ପର୍ଯ୍ୟଟନ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ସ୍ବତନ୍ତ୍ର ଗାଡ଼ିରେ ଭୁବନେଶ୍ୱର ପଠାଯିବ।ଭୁବନେଶ୍ୱର ରୁ ସେମାନେ ସେପ୍ଟେମ୍ବର ୨ ତାରିଖ ରୁ ଯାତ୍ରା ଆରମ୍ଭ କରିବେ।ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ରାଣ୍ଡେମାଇଜେସନ କରାଯାଇ ୧୨୭ ଜଣ ଙ୍କୁ ଅଯୋଧ୍ୟା ଓ ବାରାଣସୀ ପଠାଯିବ।ପୂର୍ବରୁ ଏହି ଯୋଜନା ରେ ସାମିଲ ହୋଇ ତୀର୍ଥ ସ୍ଥାନ ପରିଦର୍ଶନ କରି ଫେରିଥିବା ଯାତ୍ରୀ ଙ୍କୁ ସାମିଲ କରାଯିବ ନାହିଁ ବୋଲି ପର୍ଯ୍ୟଟନ ଅଧିକାରୀ ସ୍ପଷ୍ଟ କରିଦେଇଥିଲେ।ଏହି ବୈଠକରେ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।
