ଇଣ୍ଡିଆନ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚର ପକ୍ଷରୁ ତିନି ଦିନିଆ ନୃତ୍ୟ ମହୋତ୍ସବ ପାଳିତ

ପୁରୀ : ଇଣ୍ଡିଆନ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚର ପକ୍ଷରୁ ପୁରୀ ସଂସ୍କୃତି ଭବନ ଠାରେ ତିନି ଦିନିଆ ନୃତ୍ୟ ମହୋତ୍ସବ ପାଳିତ ହୋଇ ଯାଇଛି। ନୃତ୍ୟଗୁରୁ ପ୍ରଫେସର ଡ଼.ମନୋଜ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠାନ ର ଚେୟାରମ୍ୟାନ ଡ଼. ମନମୋହନ ଶର୍ମା ସୁଚାରୁ ରୂପେ ପ୍ରତିପାଦିତ କରିପାରିଛନ୍ତି। ତାଙ୍କ ସହିତ ମୁଖ୍ୟ ସହଯୋଗୀ ଭାବରେ ଗୋଟିପୁଅ ନୃତ୍ୟଗୁରୁ ବସନ୍ତ କୁମାର ମହାରଣା ଦାୟିତ୍ୱ ତୁଲାଇଥିଲେ। ଅଷ୍ଟମ ଭାରତୀୟ କଳାଶ୍ରୀ ସମ୍ମାନ ୨୦୨୬ ତିନି ଦିନ ବ୍ୟାପି ଅତିଥି ଭାବରେ ଗୁରୁ ପ୍ରଫେସର ଡ଼. ମନୋଜ କୁମାର ବେହେରା, ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ମିଶ୍ର, ମହାପ୍ରଭୁ ଙ୍କ ସେବକ ଓ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ରାଜେଶ ମହାପାତ୍ର ଦ୍ୱିତୀୟ ଦିନରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠି, ଗର୍ଗ ଜ୍ୟୋତିଷ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ,ଶ୍ରୀ ଜଗନ୍ନାଥ ତତ୍ୱ ଗବେଷକ ଶ୍ରୀଯୁକ୍ତ ନୀଳମଣି ଗୁରୁ ଓ ପ୍ରଖ୍ୟାତ ଗୋଟିପୁଅ ନୃତ୍ୟଗୁରୁ ଶ୍ରୀଯୁକ୍ତ ଲକ୍ଷ୍ମଣ ମହାରଣା ଓ ଉଦଯାପନୀ ଉତ୍ସବରେ ଶ୍ରୀ ଜଗନ୍ନାଥ ସେବକ ଚାରଣ ଲିଙ୍ଗରାଜ ପତି, ବରିଷ୍ଠ ସେବାୟତ ତଥା ଦେବୀ ମା ସୁଭଦ୍ରା ଙ୍କ ବାଡ଼ଗ୍ରାହୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର, ପୂର୍ବତନ ଡି ସି ଓ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରାୟ ସମେତ ଅନ୍ୟାନ ମାନ୍ୟଗଣ୍ୟ ବିଜ୍ଞ ବ୍ୟକ୍ତିବୃନ୍ଦ ଉତ୍ସବ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଙ୍କୁ ଉପଭୋଗ କରିଥିଲେ। ଓଡିଶୀ ନୃତ୍ୟ ରେ ଗୁରୁ ପାଗଳ ସ୍ୱାଇଁ, ସଂଗୀତ ରେ ଗୁରୁ ଉର୍ମିଳା ପ୍ରଧାନ ଓ ବାଦ୍ୟ ରେ ଗୁରୁ ରବି ନାରାୟଣ ପଣ୍ଡାଙ୍କୁ ଭାରତୀୟ କଳାଶ୍ରୀ ସମ୍ମାନ ୨୦୨୬ ରେ ସମ୍ମାନିତ କରାଯାଇଥିଲା। ଏଥି ସହିତ ପ୍ରାୟ ୪୦ଜଣ ଯୁବ ନୃତ୍ୟ ଗୁରୁ ଙ୍କୁ ଭାରତୀୟ କଳାଶ୍ରୀ ରତ୍ନ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ଓ ୧୦୦ରୁ ଉର୍ଦ୍ଧ ଶିଳ୍ପୀ ମାନଙ୍କୁ ଭାରତୀୟ କଳାଶ୍ରୀ କମଳ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ୪୦୦ରୁ ଉର୍ଦ୍ଧ ବିଭିନ୍ନ କ୍ଷେତ୍ର ରୁ ଆସିଥିବା ଭାରତନାଟ୍ୟମ, କଥକ, କୁଚିପୁଡ଼ି, ଓଡିଶୀ, ଲୋକନୃତ୍ୟ, ପାରମ୍ପରିକ ନୃତ୍ୟ ଶିଳ୍ପୀମାନଙ୍କୁ ସାର୍ଟିଫିକେଟ, ଟ୍ରଫି, ଉତ୍ତରୀୟ, ମାନପତ୍ର ପ୍ରଦାନ କରାଯାଇଥିଲା। ଶିଳ୍ପୀମାନଙ୍କର ଉଚ୍ଚକୋଟି ର ନୃତ୍ୟ ପ୍ରଦର୍ଶନ ଦର୍ଶକ ମାନଙ୍କୁ ଆକୃଷ୍ଟ କରିପାରିଥିଲା। କଳା ସଂସ୍କୃତି କ୍ଷେତ୍ର ରେ ଏହି ଭଳି ନିଆରା ପଦକ୍ଷେପ କୁ ପୁରୀ ରେ ସଂସ୍କୃତିପ୍ରେମୀମାନେ ଭୁରି ଭୁରି ପ୍ରଂଶସା କରିଥିଲେ। ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ଚଣ୍ଡିଗଡ, ଦିଲ୍ଲୀ, ଓଡିଶା ରାଜ୍ୟ ମାନଙ୍କ ରୁ ଆସିଥିବା ଶିଳ୍ପୀ ମାନଙ୍କ ର ସମାଗମ ବେଶ ରାମଣୀୟ ହୋଇଥିଲା। ଅନୁଷ୍ଠାନ ର ଛାତ୍ରୀ ତଥା କର୍ମକର୍ତା ଙ୍କ ଅକ୍ରାନ୍ତ ପରିଶ୍ରମ ରେ ଉତ୍ସବ ଟି ସଫଳ ହୋଇପାରିଥିଲା। ଗୁରୁ ବସନ୍ତ ମହାରଣା ମଞ୍ଚ ପରିଚାଳନା କରିଥିବା ବେଳେ ସୁଶ୍ରୀ ଦିବ୍ୟାଂଶା ଦିବ୍ୟାଂଶି ମଞ୍ଚ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଶୁଭଲକ୍ଷ୍ମୀ ସାହୁ ତାଙ୍କୁ ସହଯୋଗ କରିଥିଲେ ସୁଷମା ସାହୁ, ଗାୟତ୍ରୀ ନାୟକ, ସଂସ୍କୃତି ଶତପଥି, ବିଜୟଲକ୍ଷ୍ମୀ ସାହୁ ଓ ଅନୁଷ୍ଠାନ ର ପ୍ରମୁଖ ସଦସ୍ୟ ସଦସ୍ୟା ବୃନ୍ଦ। ପ୍ରତିଦିନ ଦିନ ୧୦ଘଟିକା ରୁ ଆରମ୍ଭ ହୋଇ ରାତି ୧୦ଘଟିକା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିଥିଲା। ସାଂସ୍କୃତିକ ପ୍ରେଖ୍ୟାଳୟ ଭରପୁର ଦର୍ଶକ କରତାଳି ରେ ଉତ୍ସବ ମୁଖରିତ ହୋଇଉଠିଥିଲା। ବିଭିନ୍ନ ପ୍ରକାର ନୃତ୍ୟରେ ପ୍ରେଖ୍ୟାଳୟ ର ମଞ୍ଚ ଶୋଭାବର୍ଦ୍ଧନ ହୋଇଉଠି ଥିଲା। ଉକ୍ତ ଉତ୍ସବଟିକୁ ଅନୁଷ୍ଠାନ ର ମୁଖ୍ୟ ଡ଼. ମନମୋହନ ଶର୍ମା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣାଙ୍ଗରେ ସମର୍ପଣ କରିବା ସହିତ ପୁରୀ ପ୍ରଶାସନ ଓ ସଂସ୍କୃତି ପ୍ରେମୀ ତଥା ଦର୍ଶକ ମାନଙ୍କୁ ଧନ୍ୟବାଦ ସହ କୃତ୍ୟଜ୍ଞତା ଜ୍ଞାପନ କରିଥିଲେ ।
