ଶୀତଳପଦାରେ ମେଳା ମହୋତ୍ସବ ଅନୁଷ୍ଠିତ

ବ୍ରହ୍ମଗିରି : କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ଶୀତଳପଦା ଗ୍ରାମରେ ଆଜି ମେଳା ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମା ଡୋମଣାଇ ଆଡଭାନ୍ସ ୟୁଥ୍ କ୍ଲବ୍ ଏବଂ ଶୀତଳପଦା ଗ୍ରାମବାସୀ ଏହାକୁ ଆୟୋଜନ କରିଥିଲେ। ଗ୍ରାମ କମିଟି ସଭାପତି ନାରାୟଣ ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ମହୋତ୍ସବକୁ ସରପଞ୍ଚ ମିତାଲି ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ। ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ଏହାର ସୁରକ୍ଷା, ସଂରକ୍ଷଣ ଓ ପ୍ରଚାର ପ୍ରସାର କ୍ଷେତ୍ରରେ ଆୟୋଜକ ମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ରୂପେ ଅଧିବକ୍ତା ଦିଗମ୍ବର ବେହେରା ଯୋଗଦାନ କରି ତ୍ରିନାଥ ମେଳାରେ ଗଞ୍ଜେଇ ଭଳି ଏକ ନିଷିଦ୍ଧ ମାଦକ ଦ୍ରବ୍ୟକୁ ବ୍ୟବହାର ନକରିବାକୁ ସେ ମତ ରଖିଥିଲେ। କୌଣସି ଶାସ୍ତ୍ର ପୁରାଣରେ ଭଗବାନ ବ୍ରହ୍ମା ଶିବ କିମ୍ବା ବିଷ୍ଣୁ ଗଞ୍ଜେଇ ସେବନ କରିଥିବାର ପ୍ରମାଣ ନାହିଁ, ତେଣୁ ଗଞ୍ଜେଇକୁ ଠାକୁରଙ୍କ ପୂଜାବିଧି ରେ ପ୍ରସାଦ ରୂପେ ବ୍ୟବହାର କଲେ ତାହା ଶାସ୍ତ୍ର ବିରୋଧୀ ହେବ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନିରଞ୍ଜନ ପଲାଇ, ପ୍ରଫୁଲ୍ଲ କୁମାର ବରାଳ, ସୁଶାନ୍ତ କୁମାର ବିଶ୍ବାଳ ପ୍ରମୁଖ ଯୋଗଦାନ କରି ତ୍ରିନାଥ ମେଳାରେ ସଂସ୍କାର ଆଣିବାକୁ ଗ୍ରାମବାସୀଙ୍କ ସମେତ ଉପସ୍ଥିତ ଜନତାଙ୍କୁ ଆହ୍ବାନ ଜଣାଇଥିଲେ। ବିଶିଷ୍ଟ ଶ୍ରମିକ ନେତା ପୀତବାସ ବେହେରା ମହୋତ୍ସବ ର ସଂଯୋଜନା କରିଥିଲେ। କ୍ଳବ୍ ସଭାପତି ଶରତ ବେହେରା, ସମ୍ପାଦକ ତୋଫାନ ବେହେରା, ସଦସ୍ୟ ଦୀପକ ବେହେରା,ମାନସ ବେହେରା,ପଞ୍ଚାନନ ବେହେରା,ଗଗନ ବେହେରା, ସନ୍ତୋଷ ବେହେରା,ଭାସ୍କର ବେହେରା ଙ୍କ ସମେତ ଶୀତଳପଦା ଗ୍ରାମବାସୀ ପ୍ରମୁଖ ମହୋତ୍ସବ ପରିଚାଳନା ରେ ସହଯୋଗ କରିଥିଲେ। ଗଙ୍ଗାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *