ବିଂଶତମ ତୀର୍ଥରାଜ ଶ୍ରୀ ମହୋଦଧି ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ଜାନୁୟାରୀ ୩ତାରିଖରେ ଅନୁଷ୍ଠିତ ହେବ

ପୁରୀ : ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଂଶତମ ତୀର୍ଥରାଜ ଶ୍ରୀ ମହୋଦଧି ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ପୌଷ ପୂର୍ଣ୍ଣିମା ଅବସରରେ ବିଂଶତମ ତୀର୍ଥରାଜ ଶ୍ରୀ ମହୋଦଧି ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ଜାନୁୟାରୀ ୩ତାରିଖ ଶନିବାର ଦିନ ସ୍ୱର୍ଗଦ୍ୱାର ସମ୍ମୁଖ ସମୁଦ୍ର ବେଳାଭୂମିରେ ଅନୁଷ୍ଠିତ ହେବ । ଭୋଗବର୍ଦ୍ଧନ ଗୋବର୍ଦ୍ଧନ ମଠ ପୁରୀ ପୀଠର ପୀଠାଧିଶ୍ୱର ୧୪୫ ତମ ଶ୍ରୀମଦ ଜଗତ ଗୁରୁ ରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାଭାଗ ଆଜକୁ ପ୍ରାୟ ୨୦ ବର୍ଷ ପୂର୍ବେ ସାଗର ତଟ ବେଳାଭୂମିର ସୁରକ୍ଷା , ସାଗର ତଟ ସୁରାସୁନ୍ଦରୀ ଙ୍କ କେନ୍ଦ୍ର ନ ବନୁ , ସାଗର ତଟ ଏକ ଆଧ୍ୟାତ୍ମିକ ବାତାବରଣରେ ପରିଣତ ହେଉ ଏହି ଭାବନାକୁ ପୂର୍ତ୍ତି କରିବାକୁ ଯାଇ ଏଇ ତୀର୍ଥରାଜ ମହୋଦଧି ସମୁଦ୍ର ଭଗବାନଙ୍କ ନିତ୍ୟ ସନ୍ଧ୍ୟା ଆରତୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପବିତ୍ର ପୌଷ ପୂର୍ଣ୍ଣିମା ତିଥିରେ । ଚଳିତ ବର୍ଷ ଏହି ଆରତୀ କାର୍ଯ୍ୟକ୍ରମର ବିଂଶତମ ବର୍ଷର ଉତ୍ସବ ମହାଆଡମ୍ବରରେ ପାଳନ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ଏକ ଜାତୀୟ କାର୍ଯ୍ୟକ୍ରମର ମାନ୍ୟତା ପଇସାରିଛି । ପୂର୍ବ ଦିନରେ ଭାରତର ବିଭିନ୍ନ କୋଣ ଅନୁକୋଣରୁ ପୂଜ୍ୟ ସନ୍ଥ ,ମହନ୍ତ ,ମଠାଧିଶ ,ସେବାୟତ ବିଶିଷ୍ଟ ବ୍ୟକ୍ତି ,ବିଦ୍ୱାନ ମାନେ ,ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥାନ୍ତି । ଅନୁରୂପ ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆମେ ଅପେକ୍ଷା ରଖିଛୁ ଯେଉଁ ଅତିଥି ମାନଙ୍କୁ ନିମନ୍ତ୍ରଣ କରିଛୁ ସେମାନେ ନିଶ୍ଚିତ ଭାବେ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ନିଜ ଜୀବନର ସାର୍ଥକତା ପାଇଁ ପୂଜ୍ୟ ଶଙ୍କରାଚାର୍ଯ୍ୟ ଭଗବାଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବେ । ଆଦି ଶଙ୍କରାଚାର୍ଯ୍ୟ ଭଗବାଙ୍କ ଆଗମନ ହିଁ ମହାପ୍ରଭୁ ଜଗନ୍ନାଥଙ୍କୁ ପୁନଃ ପ୍ରତିଷ୍ଠା କରିବାର ସୌଭାଗ୍ୟ ପ୍ରାପ୍ତ ହୁଏ । ଆଜକୁ ପ୍ରାୟ ୨୫୦୦ ବର୍ଷ ପୂର୍ବେ ଆମ ସମସ୍ତଙ୍କ ଇଷ୍ଟ ଆରାଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୁନଃ ପ୍ରତିଷ୍ଠା ଯେଉଁ ଭଗବତପାଦ ଶିବ ସ୍ୱରୂପ ଆଦ୍ୟ ଶଙ୍କରାଚାର୍ଯ୍ୟ ଭଗବାଙ୍କ ଚିନ୍ମୟ କରକମଳରେ ହୋଇଥିଲା । ସେହି ପୀଠର ବର୍ତମାନର ଜଗତଗୁରୁ ହେଉଛନ୍ତି ୧୪୫ ତମ ଶଙ୍କରାଚାର୍ଯ୍ୟ | ପ୍ରାୟ ୩୫ ବର୍ଷ ଧରି ଏ ଗୋବର୍ଦ୍ଧନ ପୀଠର ନେତୃତ୍ୱ ନେଉଛନ୍ତି ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ । ରାଷ୍ଟ୍ର ରକ୍ଷା ଏବଂ ଧର୍ମ ରକ୍ଷା ପାଇଁ ପରିବ୍ରାଜକ ଭାବରେ ପୁରା ଭାରତ ବର୍ଷ ତତ୍ସହିତ ନେପାଳ ଭୁଟାନ ମଧ୍ୟ ଯାତ୍ରା କରୁଛନ୍ତି । ବର୍ଷରେ ପ୍ରାୟ ୨୦୦ ଦିନରୁ ଅଧିକ ସମୟ ଭକ୍ତ ମାନଙ୍କ ସହିତ ବିତାଉଛନ୍ତି । ଲକ୍ଷ ଉଦ୍ଦେଶ୍ୟ ସଂକଳ୍ପ ଭାରତ ହିନ୍ଦୁ ରାଷ୍ଟ୍ର ହେଉ |
ସୁସଂସ୍କୃତ , ସୁଶିକ୍ଷିତ ,ସୁରକ୍ଷିତ ,ସୁସମ୍ପନ୍ନ ସେଵାପରାୟଣ ବ୍ୟକ୍ତି ତଥା ସମାଜର ସଂରଚନା ତା ସହିତ ସନାତନ ସଂସ୍କୃତି ଅନୁକୂଳ ସମ୍ବିଧାନ ଦ୍ୱାରା ରାଷ୍ଟ୍ର ପରିଚାଳିତ ହେଉ ଏବଂ ଭାରତ ହିନ୍ଦୁ ରାଷ୍ଟ୍ର ହେଉ । ଗୋବର୍ଦ୍ଧନ ପୀଠର ଜୟ ଘୋଷ ହେଉଛି “ବିଶ୍ୱ କା କଲ୍ୟାଣ ହୋ ,ପ୍ରାଣୀଓ ମେଁ ସଦ୍ଭାବନା ହୋ “ । ସମସ୍ତ ଜୀବଜଗତ ତଥା ପ୍ରାଣୀଙ୍କ କଲ୍ୟାଣ ଭାବନାରେ ପୂଜ୍ୟ ଶଙ୍କରାଚାର୍ଯ୍ୟ ଏ ନିତ୍ୟ ସନ୍ଧ୍ୟା ଆରତୀର ପ୍ରକଳ୍ପ ଆରମ୍ଭ କରିଛନ୍ତି । ଆସନ୍ତୁ ଆମେ ସମସ୍ତେ ଏଇ ଭଳିଆ ଏକ ଦିବ୍ୟ ଭବ୍ୟ ଅମୃତମୟ କାର୍ଯ୍ୟକ୍ରମରେ ସାମିଲ ହେବା ଏବଂ ସମୁଦ୍ର ଭଗବାନଙ୍କୁ ପୂଜା କରିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ପୂଜ୍ୟ ଶଙ୍କରାଚାର୍ଯ୍ୟ, ଆମ ପ୍ରିୟ ଠାକୁରରାଜା ଗଜପତି ମହାରାଜ ଶ୍ରୀ ଦିବ୍ୟ ସିଂହଦେବ ତଥା ସନ୍ଥ ମହନ୍ତ ମଠାଧିଶ ମାନଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିବା । ଏହି ସମସ୍ତ କାର୍ଯ୍ୟକ୍ରମ ତୀର୍ଥରାଜ ମହୋଦଧି ଆରତୀ ସମିତି ଶ୍ରୀ ଗୋବର୍ଦ୍ଧନ ମଠ ଦ୍ୱାରା ପରିଚାଳିତ ହୋଇଥାଏ ।
ପୂଜ୍ୟ ସ୍ୱାମୀ ନିର୍ବିକଳ୍ପାନନ୍ଦ ସରସ୍ୱତୀ ମହାରାଜଙ୍କ ମାର୍ଗଦର୍ଶନରେ ମହୋଦଧି ଆରତୀ ସମିତିର ଅଧକ୍ଷ ଆଦରଣୀୟ ପ୍ରଶାନ୍ତ ଆଚାର୍ଯ୍ୟ , ସମ୍ପାଦକ ଆଦରଣୀୟ ପ୍ରକାଶ ଶତପଥି , ଆଦିତ୍ୟ ବାହିନୀ ଓଡିଶା ପ୍ରାନ୍ତ ର ଅଧକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ,ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମହୁନ୍ତ ,ସାଧାରଣ ସମ୍ପାଦକ ଶ୍ରୀ ସତ୍ୟଜିତ ବେଜ , ପ୍ରଚାର ପ୍ରମୁଖ ଅରୁଣ ମହାନ୍ତି ଏବଂ ଆରତୀ ସମିତିର ସଦସ୍ୟ ଆଦରଣୀୟ ଶ୍ରୀ ଗଣେଶ୍ୱର ମହାସୁଆର , ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ,ଦେବାଶିଷ ମିଶ୍ର ,ରାମଚନ୍ଦ୍ର ଦଳାଇ, ତନ୍ମୟ ଚାଟାର୍ଜୀ ,ବିଶ୍ୱ ଶାନ୍ତି ତ୍ରିପାଠୀ ,ଚିନ୍ମୟୀ ଦେଓ ଇତ୍ୟାଦି ଙ୍କ ସଂଯୋଜନାରେ ଏଇ କାର୍ଯ୍ୟକ୍ରମ ପରିଚାଳନା ହୋଇଥାଏ |
