ପୁରୀଵାସୀଙ୍କ ମୌଳିକ ଅଧିକାର ପାଇଁ ସମୂହ ଦୀପଦାନ

ପୂରୀ : ପୁରୀବାସୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରୋନା ପର ଠାରୁ ଭଲ ଭାବରେ ପାଉନାହାନ୍ତି। ଦୁଖ ଜର୍ଜରିତ ଅବସ୍ଥାରେ ଦିନ କାଟୁଛନ୍ତି। ତେଣୁ ପୁରୀ ବାସୀଙ୍କର ଦର୍ଶନ କିଭଳି ସୁଗମ ହେବ ତାକୁ ନେଇ ଭିନ୍ନ ଏକ ପ୍ରତିବାଦ ଶ୍ରୀମନ୍ଦିର ସମ୍ମୁଖ ଏମାରମଠ ଚକଡାରେ ଦେଖିବାକୁ ମିଳିଥିଲା। ଶହ ଶହ ପୁରୀ ପୁରୀ ବାସୀ ଏକତ୍ରିତ ହୋଇ ସମୂହ ଦୀପଦାନ କରିଛନ୍ତି। ସମସ୍ତ ପୁରୀ ବାସୀଙ୍କର ଗୋଟିଏ ଦାବୀ ୪ ଦୁଆର ବାଟରେ ଶ୍ରୀମନ୍ଦିରରେ ପ୍ରବେଶ । ରତ୍ନସିଂହାସନରେ ବିରାଜିତ ଶ୍ରୀ ବଳଭଦ୍ର, ଶ୍ରୀଜଗନ୍ନାଥ, ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରାଙ।ଙ୍କୁ ଦର୍ଶନ କରିବେ। ପ୍ରତିଟି ପୁରୀ ବାସୀଙ୍କର ଗୋଟିଏ ସ୍ବରରେ ଦାବୀ ଚାରି ଦୁଆରରେ ପ୍ରବେଶ ଓ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ। ଦୀର୍ଘ ୨ଘଣ୍ଟା ଶ୍ରୀମନ୍ଦିର ସିଂହଦ୍ବାର ଏମାରମଠ ଚକଡାରେ ବସିବା ପରେ ଶ୍ରୀମନ୍ଦିର ଚତୁପାର୍ଶରେ ଜୟ ଜଗନ୍ନାଥ ଧ୍ବନୀ ଦେଇ ପରିକ୍ରମା କରିଥିଲେ। ଗୋଟିଏ ସ୍ବର ମହାପ୍ରସାଦ କିଣିବା।ପାଇଁ ଯାଇପାରୁନାହାନ୍ତି। ପ୍ଳତିଦିନ ଦର୍ଶନ ପାଇଁ ଲମ୍ବା ଧାଡିରେ ଯିବା ପାଇଁ ପଡୁଛି ତାହା ଅସମ୍ଭବ ହୈଇପଡିଛି ତେଣୁ ସରକାର ଓ ପ୍ରଶାସନ ତୁରନ୍ତ ପୁରୀବାସୀଙ୍କ ଦର୍ଶନ ସୁଗମ କରନ୍ତୁ
