ଦିଲ୍ଲୀ ଲାଲକିଲ୍ଲା ଠାରେ ଭୟାବହ ବିସ୍ଫୋରଣରେ ମୃତକଙ୍କ ପ୍ରତି କୁମାର ଉତ୍ସବ ସମିତି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପୁରୀ : ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ଗତ ୧୦ ନଭେମ୍ବର ସନ୍ଧ୍ୟାରେ ଘଟିଥିବା ଭୟାବହ ବିସ୍ପୋରଣରେ ନିରୀହ ନାଗରିକମାନଙ୍କ ମୃତ୍ୟୁ ଘଟିଥିବା ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଏହି ଦୁଃଖଦ ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ପୂର୍ବକ ଗଭୀର ଶୋକ ପ୍ରକାଶ କରି କୁମାର ଉତ୍ସବ ସମିତି, ପୁରୀ ପକ୍ଷରୁ ସମିତିର କାର୍ଯ୍ୟାଳୟ ପରିସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସମିତିର ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଉପସ୍ଥିତ ବ୍ୟକ୍ତିବିଶେଷ ତଥା ସମିତିର ସଦସ୍ୟ ସଦସ୍ୟାମାନେ ଘଟଣାକୁ ଦୃଢ଼ ନିନ୍ଦା କରି ଏହି ଆକ୍ରମଣ ମାନବତାର ପରାଜୟ ବୋଲି କହିବା ସହ କେନ୍ଦ୍ର ସରକାର ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆତଙ୍କ ଘଟାଇଥିବା ଉଗ୍ରବାଦୀ କାର୍ଯ୍ୟର ଚେରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଦାବୀ କରିଥିଲେ। ସଦସ୍ୟ ସଦସ୍ୟାମାନଙ୍କ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରି ମୃତକଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଚିକିତ୍ସିତ ହେଉଥିବା ଆହତମାନଙ୍କ ସ୍ୱାସ୍ଥ୍ୟ ଅଵସ୍ଥାରେ ସୁଧାର ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମିତିର ଉପଦେଷ୍ଟା ବିଦୁଲତା ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର, ବରିଷ୍ଠ ସଦସ୍ୟ ଶ୍ରୀକାନ୍ତ ମହାନ୍ତି, ସୁକାନ୍ତ ପଣ୍ଡା, ମାନସ ପଟ୍ଟନାୟକ,ବିକାଶ ଦତ୍ତ, ମଳୟ ଗଜେନ୍ଦ୍ର,ଅମରେନ୍ଦ୍ର ପାଇକରାୟ, ପ୍ରମୋଦ ପଟ୍ଟନାୟକ, ନିଗମ ପାତ୍ର, ରାଜା ମହାନ୍ତି, ରସ୍ମିକାନ୍ତ ସେଠି,ବନିତା ଦୀକ୍ଷିତ, ଚକ୍ରଧର ମହାପାତ୍ର,ଚନ୍ଦ୍ର ଶେଖର ଓମ୍ ପାତ୍ର, ପପୀ ସାହୁ, ଚନ୍ଦନ କୁମାର ସାହୁ, ଅନୁପ ପୃଷ୍ଟୀ,ଅୟମ ପରିଡ଼ା, ଅମ୍ରିତ କୁମାର ସାମନ୍ତରାୟ, ପ୍ରତିମା ମହାପାତ୍ର, ତ୍ରିଲୋଚନ ପାଢ଼ୀ, ବିରଞ୍ଚି ନାରାୟଣ ଷଡଙ୍ଗୀ,ରେଶମା ରଣା, ସନ୍ତୋଷ ମହାନ୍ତି,ଅସୀମା ରାଉଳ, ସନ୍ଧ୍ୟା ରାଣୀ ସାହୁ, ସନ୍ତୋଷିନି ନାୟକ,ସୌମ୍ୟା ରଞ୍ଜନ ନାୟକ,ନୀରଜ ମହାନ୍ତି, ଗୌରୀ ଶଙ୍କର ସାମନ୍ତରାୟ, କ୍ଷୀରୋଦ ଦାଶ,ରମେଶ କୁମାର ମିଶ୍ର, ପ୍ରତ୍ୟୁଷ ଜୟସିଂହ ପ୍ରମୁଖ ଉପସ୍ଥିତ ରହି ମୃତକଙ୍କ ପ୍ରତି ଅଶ୍ରୁଅର୍ଘ୍ୟ ଅର୍ପଣ କରିଥିଲେ।
