ଯୁଗଧର୍ମ ପ୍ରଚାର, ହରିନାମ ପ୍ରଚାର, ଧର୍ମୀୟ ଭାବଧାରାର ଜନଜାଗରଣ ସୃଷ୍ଟି କରିବ

ପୁରୀ : ଯୁଗଧର୍ମ ପ୍ରଚାର, ହରିନାମ ପ୍ରଚାର, ଧର୍ମୀୟ ଭାବଧାରାର ଜନଜାଗରଣ ସୃଷ୍ଟି ଉଦ୍ଦେଶ୍ୟ ନେଇ ଉତ୍କଳୀୟ ଧର୍ମଧାରା ଓ ଶ୍ରୀଜଗନ୍ନାଥ ସଂସ୍କୃତି ରେ ମାଉସୀ ଅର୍ଦ୍ଧାସିନୀଙ୍କ ପ୍ରାଙ୍ଗଣ ରେ ୧୦ମ ପଞ୍ଚକ ମହୋତ୍ସବ ଆଧ୍ୟାତ୍ମିକ ସମାରୋହ  ଉଦଯାପିତ ହୋଇଯାଇଛି। ଶ୍ରୀମନ୍ଦିର ଓ ଠାକୁରଙ୍କୁ ମହାପ୍ରଳୟ ରୁ ରକ୍ଷା କରିବା ପାଇଁ ଅର୍ଦ୍ଧଶୋଷଣୀ ରୂପ ଧାରଣ କରିଥିବା ଓ ପରଂପରା ସୂତ୍ରେ ବାହୁଡ଼ାଯାତ୍ରା ରେ ଠାକୁରଙ୍କୁ ପୋଡ଼ପିଠା ଖୁଆଉଥିବା ମାଉସୀ ମାଆ ମନ୍ଦିର ର ବିକାଶ ସହ ମାଉସୀ ମାଙ୍କ ମାହାତ୍ମ୍ୟ, ତାତ୍ତ୍ବିକ ଭାବଧାରର ପ୍ରସାର କରିବା ପାଇଁ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ସହ ସାଧୁ ସନ୍ଥ,ଗବେଷକ ମାନଙ୍କର ଗବେଷଣାତ୍ମକ ରଚିତ ଏକ ପୁସ୍ତକ ଉନ୍ମୋଚିତ କରାଯାଉ ବୋଲି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ମତ ପ୍ରକାଶ ଦେଇଥିଲେ। ଉଦଯାପନ ଉତ୍ସବରେ ମହୀପ୍ରକାଶ ମଠର ମହନ୍ତ ମହାରାଜ ଶୋଭାନନ୍ଦ ପୁରୀ, ନେବଳ ଦାସ ମଠ ମଠାଧୀଷ ଡା. ରାମଚରଣ ଦାସ ମହାରାଜା ଶ୍ରୀକ୍ଷେତ୍ରରେ ଧାର୍ମିକ ଭାବଧାରକୁ ଶୀର୍ଷରେ ପହଞ୍ଚାଇବା ପାଇଁ ପଞ୍ଚକ ମହୋତ୍ସବର ଭୂମିକା ଅବର୍ଣ୍ଣନୀୟ ବୋଲି ମତ ଦେଇଥିଲେ। ଅନ୍ୟ ଅତିଥି ଭାବରେ ପୂର୍ବତନ ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର ମାଉସୀ ମାଙ୍କ ସହ ଶ୍ରୀଜଗନ୍ନାଥ ସମ୍ପର୍କ ଓ ଆର ଓ ଆର ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ବ ଦେବା ଉପରେ ମତ ଦେଇଥିଲେ। ବରିଷ୍ଠ ଚୂନରା ସେବକ ଡାକ୍ତର ଶରତ ଚନ୍ଦ୍ର ମହାନ୍ତି, ମହାସୁଆର ନିଯୋଗର ସମ୍ପାଦକ ଗଣେଷ ମହାସୁଆର, ଯୁବ ସେବକ ବଳରାମ ଖୁଣ୍ଟିଆ ପ୍ରମୁଖ ଯୋଗଦାନ କରି ମାଉସୀ ମାଙ୍କ ମହାତ୍ମ୍ୟ ସମ୍ପକରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଭାପତି ଜଗନ୍ନାଥ ଦାସ ମହାପାତ୍ର, ସଂପାଦକ ରାମଚନ୍ଦ୍ର ଦୋରା, କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର କୁମାର ଶାସ୍ତ୍ରୀ, ମୁଖ୍ୟ ସଂଯୋଜକ ସତ୍ୟ ନାରାୟଣ ଦାଶ ଓ ମହୋତ୍ସବ କମିଟି ସଂପାଦକ ମଧୁସୂଦନ ମିଶ୍ର, ଡ୍ ବିଶ୍ବନାଥ ମିଶ୍ର, ଚକ୍ରଧର ମହାପାତ୍ରଙ୍କ ସମେତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ମାନଙ୍କ ଗହଣରେ ଉଦଯାପନ ସମ୍ପନ୍ନ ହୋଇଥିଲା। ଅନ୍ତିମ ଦିନରେ ପ୍ରଶାନ୍ତି କଳା ପରିଷଦର ଶାଗରିକା ମହାପାତ୍ର ଙ୍କ ନିର୍ଦ୍ଦେଶ ରେ ନୃତ୍ୟଶିଳ୍ପୀ ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। ହରିନାମ ପ୍ରବଚକ ବିପିନ ବିହାରୀ ମିଶ୍ର, ଅନିତା କଲଚରାଲ ଏକାଡେମୀ ପକ୍ଷରୁ ଗିତିନାଟ୍ୟ ସତୀଅନୁସୟା ପ୍ରଦର୍ଶନ କରାଯାଇଥିଲା। ଫକୀର ମୋହନ ସେନାପତି ରଚନା ଶ୍ରୀମତୀ ସମର୍ଜନୀ ପେଣ୍ଟଡମେଡିସିନ ପ୍ରଦର୍ଶନ କରାଯାଇଥିଲା। ଶେଷରେ ୪ଦିନ ଧରି ମହୋତ୍ସବର ପରିଚାଳନା କରିଥିବା ବରିଷ୍ଠ ନାଟ୍ୟାକର ଭରତ ନାୟକଙ୍କୁ ସମ୍ମାନୀତ କରାଯାଇଥିଲା ।

Share the News .....

Leave a Reply

Your email address will not be published. Required fields are marked *