ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ


ପୁରୀ : ମଙ୍ଗଳବାର ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ପୁରୀ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ମାଣ୍ଡିଆ ସ୍ବାସ୍ଥ୍ୟ ପ୍ରଦ ସହ ପୋଷକ ତତ୍ବ ରେ ଭରପୁର ରହିଥାଏ।ମାଣ୍ଡିଆ ର ବ୍ୟବହାର କୁ ଅଧିକ ପ୍ରସାରିତ କରିବା ଓ ବିଶ୍ୱା ସ୍ତରରେ ପହଞ୍ଚାଇବାକୁ ସରକାରଙ୍କ ପ୍ରୟାସ କୁ ଆମେ ସମ୍ମିଳିତ ଭାବେ ସଫଳ କରିବାକୁ ସେ ଆହ୍ୱାନ ଦେଇଥିଲେ।ବର୍ତ୍ତମାନ ଅଙ୍ଗନବାଡି ଓ ବିଦ୍ୟାଳୟ ମାନଙ୍କରେ ମାଣ୍ଡିଆକୁ ସାମିଲ କରାଯାଇଥିବା ବେଳେ ବିଭିନ୍ନ କ୍ୟାଣ୍ଟିନ,ହୋଟେଲ, ସରକାରୀ ବୈଠକ, ରାଜ୍ୟ ଓ ଜାତୀୟ କାର୍ଯ୍ୟକ୍ରମ ମାନଙ୍କ ରେ ମାଣ୍ଡିଆ ଜାତ ବିବିଧ ଖାଦ୍ୟ ସାମଗ୍ରୀ ର ଚାହିଦା ବଢିଛି।କୃଷକ ମାନଙ୍କୁ ମାଣ୍ଡିଆ ଚାଷ ପାଇଁ ମଧ୍ୟ ପ୍ରୋତ୍ସାହନ ସରକାର ଦେଉଛନ୍ତି ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସତ୍ୟ ନାରାୟଣ କର ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଆମ ପୁରୀ ଜିଲ୍ଲାରେ କୃଷ୍ଣ ପ୍ରସାଦ ବ୍ଲକରେ ପ୍ରାୟ ୨ଶହ ହେକ୍ଟର ଜମି ରେ ମାଣ୍ଡିଆ ଚାଷ କରାଯାଇଛି।ଚଳିତ ବର୍ଷ ୩ ଶହ କ୍ୟୁଣ୍ଟାଲ ମାଣ୍ଡିଆ ସଂଗ୍ରହ ର ଲକ୍ଷ ରଖାଯାଇଛି ବୋଲି ଶ୍ରୀ କର ସୂଚନା ଦେବା ସହ ମାଣ୍ଡିଆ ଚାଷ ଓ ସହାୟକ ଉପକରଣ ପାଇଁ ପ୍ରୋତ୍ସାହନ ଦିଆଯାଉଛି ବୋଲି ସେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ ମଞ୍ଜୁଳା ତ୍ରିପାଠୀ, ସାକ୍ଷୀ ଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଡ ସୂର୍ଯ୍ୟ ନାରାୟଣ ମିଶ୍ର, ସାକ୍ଷୀ ଗୋପାଳ କୃଷି ଅଧିକାରୀ ଡ ପରେଶ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ମାଣ୍ଡିଆ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *