ଜାତୀୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ପୁରୀ ବକ୍ସିଂ ଏକାଡେମୀର ୧୦ ପ୍ରତିଯୋଗୀ।

ପୁରୀ : ୬୯ ତମ ଜାତୀୟ ବିଦ୍ୟାଳୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଅରୁଣାଚଳ ପ୍ରଦେଶ ସ୍ଥିତ ଖେଲୋ ଇଣ୍ଡିଆ ଇନଡୋର ଷ୍ଟାଡିୟମ୍, ଇଟାନଗର ଠାରେ ଆସନ୍ତା ୨୮ ରୁ ୩ ନଭେମ୍ବର ୨୦୨୫ ରିଖ ପ୍ରଯନ୍ତ ଅନୁଷ୍ଠିତ ହେବ। ଏଥିରେ ପୁରୀ ବକ୍ସିଂ ଏକାଡେମୀର ୧୦ ଜଣ ଛାତ୍ରଛାତ୍ରୀ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ୧୭ ବର୍ଷ ରୁ କମ୍ ବାଳକ ବର୍ଗରେ ନରେନ୍ଦ୍ର ସାହୁ, ଲୋକନାଥ ବେହେରା, ବି ପ୍ରବୀଣ ରାଓ, ଅଂଶୁ ନାୟକ, ବସନ୍ତ କୁମାର ବେଜ , ଜଗନ୍ନାଥ ଗଡନାୟକ, ବିଶ୍ୱଜିତ ରାଏ ଓ ଲିକୁ ଖାଁ । ସେହିପରି ୧୭ ବର୍ଷ ରୁ କମ୍ ବାଳିକା ବର୍ଗରେ ଦିବ୍ୟା ସାହୁ ଓ ଡି କନ୍ୟା କୁମାରୀ ରେଡ଼ି ମନୋନୀତ ହୋଇଛନ୍ତି । ଜାତୀୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଖେଳାଳିମାନଙ୍କ ସଫଳତା କାମନା କରି ପୁରୀ ବକ୍ସିଂ ଏକାଡେମୀ ର ପ୍ରତିଷ୍ଠାତା ସୁଦର୍ଶନ ସାହୁ,ସୂର୍ଯ୍ୟ ପ୍ରସାଦ ଦାସ, କ୍ରୀଡା ଶିକ୍ଷକ ଅମ୍ବିକା ରଥ, ନିରଞ୍ଜନ ମିଶ୍ର, ରଞ୍ଜନ ରେଡ଼ି, ପ୍ରଫୁଲ ମିଶ୍ର , ଅନୁପମା ରାଉତ, ରମେଶ ଚନ୍ଦ୍ର ସ୍ୱାଇଁ, ରଘୁନାଥ ଦଳେଇ, ମାନଶ କୁମାର ସାହୁ ,ବିଶ୍ୱ ଭୂଷଣ ପଣ୍ଡା, ପ୍ରଦୀପ ଦାସ, ସଞ୍ଜୟ କୁମାର ଅଗ୍ରୱାଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
