ଦୀପାବଳି ଅବସରରେ ସ୍ଵର୍ଗଦ୍ଵାର ସେବକମାନଙ୍କୁ ନୂତନ ପୋଷାକ ,ପ୍ରୋତ୍ସାହନ ରାଶି ଓ ମିଷ୍ଟାନ୍ନ ବଣ୍ଟନ

ପୁରୀ: ପୁରୀ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ଦୀପାବଳୀ ଅବସରରେ ସ୍ଵର୍ଗଦ୍ଵାର ଠାରେ କାର୍ଯ୍ୟ କରୁଥିବା ସେବକ ମାନଙ୍କୁ ମିଷ୍ଠାନ, ନୂତନ ପୋଷାକ ଓ ବୋନସ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଯୋଗ ଦେଇ ସ୍ଵର୍ଗଦ୍ଵାର ସେବକ ମାନଙ୍କୁ ଦୀପାବଳୀ ଶୁଭେଛା ବାର୍ତ୍ତା ଦେବା ସହିତ ସ୍ଵର୍ଗଦ୍ଵାର ଗାରିମା ସ୍ୱଚ୍ଛତା ଓ ପବିତ୍ରତା କୁ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ମିଳିତ ଭାବରେ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବରେ ସ୍ଵର୍ଗଦ୍ଵାର ସେବା ସମିତି ଆବାହକ ସମ୍ପାଦକ ତଥା ପୁରୀ ଉପଜିଲ୍ଲାପାଳ ରାଜ କିଶୋର ଜେନା ଓ ସ୍ଵର୍ଗଦ୍ଵାର ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ପ୍ରମୁଖ ଯୋଗ ଦେଇ ସେବକ ମାନଙ୍କୁ ମିଷ୍ଠାନ୍ ଓ ପୋଷାକ ବଣ୍ଟନ କରିଥିଲେ।

କାର୍ଯ୍ୟକ୍ରମକୁ ସ୍ଵର୍ଗଦ୍ଵାର ମୁଖ୍ୟସେବକ ବ୍ରଜ କିଶୋର ସାହୁ ଙ୍କ ସମେତ ସେବା କେନ୍ଦ୍ରର ସମସ୍ତ ସେବକ ପରି ଚାଳନା କରିଥିଲେ। ଏହି ଅବସରରେ ଉତ୍ତମ କାର୍ଯ୍ୟ ପାଇଁ ସଂସ୍କାର ସେବକ ଦୀନବନ୍ଧୁ ନାୟକ,ବିମଳ ମୁଖି, ଧିରୁଆ ନାୟକ,ଅଭୟ ନାୟକ ,ଗଙ୍ଗୁ ନାୟକଙ୍କୁ ସ୍ୱତନ୍ତ୍ର ବୋନସ ପ୍ରଦାନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ସ୍ଵର୍ଗଦ୍ଵାର ସୁପରିଚାଳନା ପାଇଁ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ର ପ୍ରତିଷ୍ଠା କରାଯାଇଛି। ଏହି ସେବା କେନ୍ଦ୍ର ଅଧୀନରେ ୧୫୦ ରୁ ଉର୍ଦ୍ଧ୍ବ ସେବକ ପ୍ରତ୍ୟହ ସେବା ଯୋଗାଉଥିବାବେଳେ ସେବା କେନ୍ଦ୍ର ପ୍ରତିଷ୍ଠା ହେବା ଠାରୁ ବର୍ତମାନ ସୁଦ୍ଧା ଦେଢ଼ ଲକ୍ଷ ରୁ ଉର୍ଦ୍ଧ୍ୱ ଶବସଂସ୍କାର କରାଯାଇସାରିଛି ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି।
