ଶ୍ରୀକୃଷ୍ଣ ଲୀଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ : ଶ୍ରୀକ୍ଷେତ୍ର ରେ ଶ୍ରୀକୃଷ୍ଣ ଲୀଳା ଚଳିତ ମାସ ୫ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏହି ଲୀଳା ଶ୍ରୀମନ୍ଦିର ସହ ଜଡିତ। ପୁରୀର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ର ଏହା ପ୍ରତୀକ।ତେଣୁ ଏହାକୁ ଶୃଙ୍ଖଳାର ସହ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ। ବୁଧବାର ଅପରାହ୍ନରେ ସର୍କିଟ ହାଉସ ମିନି ସମ୍ମିଳନୀ କକ୍ଷରେ ଆଗାମୀ ଶ୍ରୀକୃଷ୍ଣ ଲୀଳା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ସମସ୍ତଙ୍କୁ ସ୍ୱାଗତ କରିବା ସହ ଯେହେତୁ ବର୍ଷବର୍ଷ ଧରି ଏହା ଶ୍ରୀମନ୍ଦିର ନୀତି ଅନୁସାରେ ୮ ସାହି ଆଖଡା ପକ୍ଷରୁ ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ମଧ୍ୟ ଅନୁରୂପ ଭାବେ ଏହା ପାଳିତ ହେବ। ସମସ୍ତ ବିଭାଗ ସେମାନଙ୍କ ଦାୟିତ୍ୱ କୁ ସଠିକ ଭାବେ ନିର୍ବାହ କରି କାର୍ଯ୍ୟ ସଫଳ କରିବାକୁ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିସ୍ତୃତ ଆଲୋଚନାପରେ ସ୍ଥିର ହେଲା ଯେ ରାସ୍ତା ଘାଟ ମରାମତି, ଆଲୋକ ବ୍ୟବସ୍ଥା, ଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା କର୍ମୀ ବ୍ୟବସ୍ଥା, ପରିଷ୍କାର ପରିଛନ୍ନତା, ବ୍ଲିଚିଂ ସିଞ୍ଚନ, ଝୁଲି ରହିଥିବା ବିଦ୍ୟୁତ ତାର ଗୁଡିକୁ ଉପରକୁ ଉଠାଇବା, ଅନାବଶ୍ୟକ ତାର ଗୁଡିକୁ ଅପସାରଣ କରିବା,ପାନୀୟ ଜଳ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।
ରାଜ୍ୟ ସରକାରଙ୍କ ସହାୟତା ଦ୍ଵାରା ଏହି ମହୋତ୍ସବ ଆହୁରି ଲୋକାଭିମୁଖୀ ହୋଇ ପାରନ୍ତା ସେଥିପାଇଁ ଏହି ପାରମ୍ପାରିକ ମହୋଉତ୍ସବ ପାଇଁ ଆର୍ଥିକ ସହାୟତା ଆବଶ୍ୟକ ବୋଲି ଆଠସାହି ଆଖଡା ମିଳିତ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସକ ନିକଟରେ ନିବେଦନ କରା ଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି, ପୁରୀ ମହାନଗର ନିଗମର କମିଶନର ଅଭିମନ୍ୟୁ ବେହେରା, ଶ୍ରୀମନ୍ଦିର ପ୍ରଶାସନ ର ଉପ ପ୍ରଶାସକ ରଞ୍ଜନ କୁମାର ବେହେରା,ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ,ସଦସ୍ୟ ନାରାୟଣ ମହାସୁଆର, ପୁଅ ସୁଆର, ମୋହନି ମହାପାତ୍ର, କାବୁ ମହାପାତ୍ର, ନାରାୟଣ ମହାପାତ୍ର, କିର୍ତ୍ତୀ ପ୍ରକାଶ ଦାଶ ମହାପାତ୍ର, ଦାମ୍ଦର୍ ମହାପାତ୍ର, ନରେନ୍ଦ୍ର ମହାନ୍ତି,ଶ୍ୟାମ ସୁନ୍ଦର ମହାପାତ୍ର,ବିଶ୍ୱଜିତ୍ ସେନାପତି, ରବିଦାସ,, ଦୋଳ ଗୋବିନ୍ଦ ପଣ୍ଡା, ମହାପାତ୍ର, ସାହି ନାୟକ ରଘୁନାଥ ଖୁଣ୍ଟିଆ, ଯୋଗେନ୍ଦ୍ର ନାୟକ, ଜଗନ୍ନାଥ ଖୁଣ୍ଟିଆ, ସାହି ନାୟକ ଶିବପ୍ରସାଦ ମହାପାତ୍ର, ବ୍ରଜ୍ ନାଥ ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ କାର୍ଯ୍ୟ ସୂଚୀ ଅନୁସାରେ ବୈଠକ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *